ରିପୋର୍ଟ: ଧୃବରାଜ ମିଶ୍ରସୁବର୍ଣ୍ଣପୁର, (୧୪/୦୨) : ସୁବର୍ଣ୍ଣପୁର ଜିଲ୍ଲା ବିନିକାରେ ଦୀର୍ଘ ୪ ଦିନ ଧରି ଚାଲିଥିବା ପାପକ୍ଷୟ ଲୋକ ମହୋତ୍ସବ ଆଜି ଉଦଯାପିତ ହୋଇଯାଇଛି । ମହୋତ୍ସବ କମିଟି ସଭାପତି ପ୍ରଶାନ୍ତ ଚନ୍ଦ୍ର ଦଣ୍ଡସେନାଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ପଦ୍ମନାଭ ବେହେରା ଯୋଗଦେଇ ଏ ଅଂଚଳର କଳା ସଂସ୍କୃତି ମହାନ ବୋଲି ବକ୍ତବ୍ୟ ରଖିଥିଲେ । ସ୍ୱତନ୍ତ୍ର ଅତିଥି ଭାବେ ବଲାଙ୍ଗୀର କଂଗ୍ରେସ ବିଧାୟକ ପ୍ରାଥୀ ସମରେନ୍ଦ୍ର ମିଶ୍ର, ବିରମହାରାଜପୁର ଜିଲ୍ଲା ପରିଷଦ ସଭ୍ୟ ଲବ କୁମାର ସାହୁ,ଜିଲ୍ଲା ସଂସ୍କୃତି ଅଧିକାରୀ ଯମୁନା ପଧାନ,କଂଗ୍ରେସ ବିଧାୟକ ପ୍ରାଥୀ ପ୍ରଦୀପ ସେଠି,କମିଟି ସମ୍ପାଦକ ଧର୍ମେନ୍ଦ୍ର ସାହୁ, ଓମପ୍ରକାଶ ଅଗ୍ରୱାଲ,ଦେବରାଜ ମେହେର ପ୍ରମୁଖ ଯୋଗ ଦେଇଥିଲେ ।