Dailyhunt
ବ୍ୟାଙ୍କ୍ କର୍ମଚାରୀ ଙ୍କ ସନ୍ଦେହ ଜନକ ମୃତ୍ୟୁ

ବ୍ୟାଙ୍କ୍ କର୍ମଚାରୀ ଙ୍କ ସନ୍ଦେହ ଜନକ ମୃତ୍ୟୁ

ODISHA NEWS 3 years ago

ରିପୋର୍ଟ : ସୁଶାନ୍ତ ବେହେରା 
ବୌଦ୍ଧ, (୨/୧୨) : ବୌଦ୍ଧ ମନମୁଣ୍ଡା ବାଇପାସ୍ ର ଏକ ନାଳ ରୁ ବ୍ୟାଙ୍କ୍ କର୍ମଚାରୀ ଙ୍କ ମୃତଦେହ ଉଦ୍ଧାର । 

ବ୍ୟାଙ୍କ କର୍ମଚାରୀ ଜଣକ ଦେଉଳି ଗ୍ରାମର ଚିତ୍ତରଞ୍ଜନ ନାଏକ । ଚିତ୍ତରଞ୍ଜନ ସୋନପୁର ୟୁନିୟନ ବ୍ୟାଙ୍କ୍ ରେ କାର୍ଯ୍ୟରତ ଥିଲେ । କର୍ମଚାରୀ ଙ୍କୁ ଦୁର୍ବୃତ୍ତ ହତ୍ୟା କରିଥିବା ସନ୍ଦେହ । ଘଟଣା ସ୍ଥଳରେ ମନମୁଣ୍ଡା ପୋଲିସ୍ ର ତଦନ୍ତ ଜାରି । ସୂଚନା ଅନୁଯାୟୀ ଆଜି ସକାଳ ସମୟରେ କିଛି ଲୋକ ପ୍ରାତଃ ଭ୍ରମଣ କରୁଥିବା ସମୟରେ ପୋଲ ତଳେ ନାଳ ରେ ଏକ ମୃତ ଦେହ ପଡିଥିବା ଦେଖିବାକୁ ପାଇଥିଲେ ଏବଂ ପାଖରେ ଏକ ବାଇକ୍, ମଦ ବୋତଲ, ଗ୍ଲାସ୍, ମୋବାଇଲ୍, ପାୱାର ବ୍ୟାଙ୍କ୍ ଆଦି ପଡିଥିବା ଦେଖିବାକୁ ପାଇଥିଲେ । ଏ ନେଇ ସଙ୍ଗେ ସଙ୍ଗେ ମନ ମୁଣ୍ଡା ପୋଲିସ୍ କୁ ଖବର ଦେବାରୁ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଘଟଣା ର ଅଧିକ ତଦନ୍ତ ଜାରି ରଖିଥିବା ବେଳେ କେଉଁ କାରଣ ରୁ ଯୁବକ ଙ୍କ ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ହୋଇପାରିନାହିଁ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODISHA NEWS