ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ // ଗଞ୍ଜାମ, (୨୦/୦୨) : ଗଂଜାମ ଜିଲ୍ଲା ଶେରଗଡ ଅଂଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଦୋକାନ ଭିତରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ଯୁବକ ଜଣଙ୍କ କେ ଆଦର୍ଶ ରାଓ ବୋଲି ଜଣାପଡିଛି । ସୂଚନା ଅନୁସାରେ ମଙ୍ଗଳବାର ରାତିରେ ଚୁଡି ଦୋକାନର ମାଲିକ କେ ଆଦର୍ଶ ରାଓ ଦୋକାନକୁ ଆସି ଘରକୁ ଫେରି ନଥିଲେ। ଯେଉଁଥିପାଇଁ ପରିବାର ଲୋକେ ଅସ୍ତବ୍ୟସ୍ତ ହୋଇଯାଇଥିବା ବେଳେ ତାଙ୍କ ଭାଇ ତାଙ୍କୁ ଖୋଜି ଖୋଜି ଦୋକାନ ପାଖରେ ପହଂଚିଥିଲେ । ପରେ ଦୋକାନ କବାଟ ତାଡି ଦେଖିଲା ବେଳକୁ ଆଦର୍ଶଙ୍କ ମୃତଦେହ ଦୋକାନ ଭିତରେ ପଡି ରହିଛି । ଏହା ଦେଖି ସେ ତୁରନ୍ତ ଶେରଗଡ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିବା ସହ ଦୋକାନ ଟେବୁଲ ଉପରୁ ଏକ ସୁଇସାଇଡ ନୋଟ ଜବତ କରିଛି ପୋଲିସ ।