ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ // ଢେଙ୍କାନାଳ, (୦୨/୦୩) : କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ ବିରାଶାଳ ଫରେଷ୍ଟ ସେକ୍ସନ ଅନ୍ତର୍ଗତ କୋରିଆପାଳ ଗାଁରେ ବୃଦ୍ଧଙ୍କୁ ଦଳିଦେଲା ଦନ୍ତା । ମୃତକ ରାଇବୋଲ ପଞ୍ଚାୟତ ଅନ୍ତର୍ଗତ କୋରିଆପାଳ ଗାଁର ବିଦ୍ୟାଧର ଦେହୁରୀ। ବିଦ୍ୟାଧର ଗାଁ ପାଖ ଲଙ୍ଗଳକଣ୍ଟିଆ ନାଳ ନିକଟକୁ ଗାଧୋଇବାକୁ ଯାଉଥିବା ବେଳେ ଶୁଣ୍ଢରେ କଚାଡି ଦଳି ଦେଇଥିଲା ହାତୀ । ସଂକଟାପନ୍ନ ଅବସ୍ଥାରେ ତାଙ୍କୁ ପରିବାର ଲୋକେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରିଥିଲେ । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଗୋଠ ଛଡା ଦନ୍ତା ହାତୀଟି ଯାଜପୁର ସୁକିନ୍ଦା ଅଂଚଳରୁ ଚାଲି ଆସି ଭୁବନ କଙ୍କଣ ଅଞ୍ଚଳରେ ଦୁଇଦିନ ହେବ ଆତଙ୍କ ସୃଷ୍ଟି କରିଥିଲା ।