ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ // ଭୁବନେଶ୍ୱର, (୨୨/୦୧) : ରାଜ୍ୟରେ ଆଜିଠୁ ଶୀତର ପ୍ରକୋପ କମିବା ସହିତ କୁହୁଡ଼ିର ପରିମାଣ ବଢିବ ବୋଲି ସୂଚନା ମିଳିଛି । ଜଳଭାଗ ଅଞ୍ଚଳରେ ଗୁରୁଚାପ ବଳୟ ରହିବ ଯାହାର ପ୍ରଭାବରେ ସ୍ଥଳଭାଗରେ ଉଷ୍ଣ ଜଳୀୟବାଷ୍ପ ବାୟୁ ରହିବ । ସେଥିପାଇଁ ରାଜ୍ୟରେ ଶୀତର ପ୍ରକୋପ କମିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆସନ୍ତା କାଲି ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଦୃଶ୍ୟମାନ ହେବ ବୋଲି ସୂଚନା ମିଳିଛି । ଘନ କୁହୁଡ଼ି ପାଇଁ ୪ ଜିଲ୍ଲା କୁ ସତର୍କ ସୂଚନା ମଧ୍ୟ ଜାରି କରାଯାଇଛି । ଘନ କୁହୁଡ଼ିରେ ଦୃଶ୍ୟମାନ ଦୂରତା ୫୦ ମିଟର ତଳକୁ ଖସିଆସିବ ବୋଲି ସୂଚନା ମିଳିଛି । କୁହୁଡି ସମୟରେ ଦୁର୍ଘଟଣା ଘଟିବାର ସମ୍ଭାବନା ଅଧିକ ଥିବାରୁ ଗାଡି ଧୀରେ ଚଳାଇବାକୁ ପରାମର୍ଶ ଦିଆଯାଇଛି ।