Dailyhunt
କଟକରେ ଆରମ୍ଭ ହେଲା ଆଦିବାସୀ ମେଳା

କଟକରେ ଆରମ୍ଭ ହେଲା ଆଦିବାସୀ ମେଳା

ODISHA NEWS 1 year ago

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କଟକ, (୦୯/୦୬) : ଗୁରୁବାର କଟକ ଉପର ବାଲିଯାତ୍ରା ପଡିଆରେ ଆଦିବାସୀ ମେଳାର ଉଦଘାଟନ ହୋଇଯାଇଛି । ତେବେ ଏହି ମେଳାଟି ଆଦିବାସୀ ଲୋକ ମାନଙ୍କୁ ପ୍ରୋତ୍ସାହିତ କରିବା ସହ ତାଙ୍କୁ ସ୍ବାବଲମ୍ବୀ କରିବ ଏବଂ ଯେଉଁ ଜିନିଷଗୁଡ଼ିକ ସହର ମଧ୍ୟରେ ମିଳୁନାହିଁ ତାହା ଏହି ମେଳା ଦ୍ଵାରା ସହର ବାସୀଙ୍କୁ ବିନା କ୍ଳେଶରେ ମିଳିବ । 

ଏହି ଆଦିବାସୀ ମେଳା ରେ ଅନେକ ଆଦିବାସୀ ଜାତୀୟ ଜିନିଷ ଯଥା ଘଣା ସୋରିଷ ତେଲ ଆଦିବାସୀ ଜାତୀୟ ବିଭିନ୍ନ କାରୁକାର୍ଯ୍ୟର ଆସବାବପତ୍ର, ବିଭିନ୍ନ ଔଷଧୀୟ ଜାତୀୟ ଜଡ଼ି ବୁଟି ଏବଂ ହାତ ତିଆରି ଲୁଗା ଇତ୍ୟାଦି ରହିଛି । ତେବେ ଏହା ସହର ବାସିଙ୍କ ମନୋରଞ୍ଜନ କରିବା ସହ ଆଦିବାସୀ  ବ୍ୟବସାଇ ମାନେ ଭଲ ଦୁଇ ପଇସା ଲାଭ କରିବେ ବୋଲି ଆଶା ପ୍ରକଟ କରିଛନ୍ତି ।

ଏହାରି ମଧ୍ୟରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା ଆଦିବାସୀ ନୃତ୍ୟ । 

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODISHA NEWS