Dailyhunt
ଖୋର୍ଦ୍ଧାରେ ଭୟଙ୍କର ବିସ୍ପୋରଣ

ଖୋର୍ଦ୍ଧାରେ ଭୟଙ୍କର ବିସ୍ପୋରଣ

ODISHA NEWS 1 year ago

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ // 
ଖୋର୍ଦ୍ଧା, (୨୮/୦୨) : ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନା କୁମାରବସ୍ତ‌ ଅଞ୍ଚଳର ମଙ୍ଗରାଜ ସାହିରେ ବିସ୍ଫୋରଣ ଘଟି ୩ ଜଣ ଗୁରୁତର ହୋଇଛନ୍ତି । 

ଉକ୍ତ ଅଞ୍ଚଳର ତାପସ ମଙ୍ଗରାଜଙ୍କ ଘରେ ବିସ୍ଫୋରଣ ଘଟି ଏହି ଅଘଟଣ ଘଟିଛି । ଏଥିରେ ୨ ଜଣ ଗୁରୁତରଙ୍କୁ ଭୁବନେଶ୍ୱରର ଆମ୍ରି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଜଣେ ଖୋର୍ଦ୍ଧା ଜିଲ୍ଲା ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତେବେ ବିସ୍ଫୋରଣର କାରଣ ଅସ୍ପଷ୍ଟ ରହିଛି । ଏଥିରେ ୧୦ବର୍ଷ ଓ ୧୨ବର୍ଷ ର ନାବାଳକ ଓ ନାବାଳିକା ଅଛନ୍ତି । ତେବେ ବାଣ କି ବୋମା ବିସ୍ଫୋରଣ ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । 

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODISHA NEWS