Dailyhunt
ମାଁ ଜାଡେନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

ମାଁ ଜାଡେନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

ODISHA NEWS 1 year ago

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ // 
ବଙ୍ଗୋମୁଣ୍ଡା, (୨୯/୧୨) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଚୁଲିଫୁଙ୍କା ପଞ୍ଚାୟତ କନାବିରା ଗାଁ'ରେ ଚାଲିଥିବା ମାଁ ଜାଡେନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । 

ଏଥିରେ ୧୬ଟି ଦଳ ଭାଗ ନେଇଥିବା ବେଳେ ସେମାନଙ୍କ ମଧ୍ୟରୁ ଖଗସା ଓ ପାତଲପଡା ଦଳ ଫାଇନାଲ ମ୍ୟାଚରେ ଉତୀର୍ଣ୍ଣ ହୋଇଥିଲେ । ଖଗସା ଦଳକୁ ପରାସ୍ତ କରି ପାତଲପଡା ଦଳ ଚାମ୍ପିଆନ ହୋଇଛି । ଏହି ଖେଳକୁ ଭରତ କାଣ୍ଡ ଓ କରନ ଭାଟି ଖେଳ ପରିଚାଳନା କରି ଥିବା ବେଳେ ଦିନବନ୍ଧୁ ଟାକରି ଧାରା ବିବରଣୀ ପ୍ରଦାନ କରିଥିଲେ । ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥିଭାବେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ସମ୍ମାନୀୟ ଅତିଥି ଭାବେ ପୂର୍ବତନ ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷ ଗୁରୁଚରଣ ବେହେରା, ସମାଜସେବୀ ପ୍ରତାପ ଭାଟି, ନାଏବ ସରପଞ୍ଚ କୁନୁ ଭରାସଗରିଆ, ଅଶୋକ ଛୁରା, ଅବସରପ୍ରାପ୍ତ ଯବାନ ଉମାଶଙ୍କର ଘିଭେଲା, ଧନସିଂ ନାଗ, ହେମନ୍ତ ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ବିଜେତା ଓ ଉପ ବିଜେତା ଦଳକୁ ଟ୍ରଫି ସହ ଅର୍ଥରାଶି ପ୍ରଦାନ କରିଥିଲେ ।  .

ଆୟୋଜକ କମିଟିର ସଭାପତି ହୃଷୀ କାଣ୍ଡ, ପରମାନନ୍ଦ ଭାଟି, ହେମରାଜ ଭାଟି, ଆଶିଷ ଭାଟି, ନରେନ୍ଦ୍ର ଭରାସଗରିଆ, ଗଙ୍ଗା ଭାଟି, ଦେବାଶିଷ ଭାଟି, ସଂଜୀବ କାଣ୍ଡ, ଟୁନା ଭାଟି, ମୁକେଶ କାଣ୍ଡ, ଜିତେନ୍ ଘିଭେଲା, ବନ୍ତ ଭାଟି, କେବଳ କାଣ୍ଡ, ଚୂଡ଼ାମଣି ସାହୁଙ୍କ ସମେତ କମିଟିର ସମସ୍ତ ସଦସ୍ୟ ସହ ଯୋଗ କରିଥିଲେ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODISHA NEWS