ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ // ଭୁବନେଶ୍ୱର, (୨୬/୨) : ମହାକୁମ୍ଭମେଳାର ସଙ୍ଗମଠାରୁ ସଂଗୃହୀତ ଅମୃତ ଜଳ କାଲି ମହାଶିବରାତ୍ରୀ ଦିନ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ଉତ୍ତର ଦ୍ୱାର ତଥା ସମ୍ମୁଖ ପାଖରେ ଜନସାଧାରଣଙ୍କୁ ବିତରଣ କରାଯାଇଥିଲା । ୩୦ ମିଲିଗ୍ରାମ ଜଳ ବୋତଲ ପ୍ରାୟତଃ ୨୦ ହଜାର ବିତରଣ କରାଯାଇଥିଲା। ଏହି ସଙ୍ଗମ ଜଳକୁ ବିତରଣ କରିଥିଲେ ଡଃ ସୁନୀତି ମୁଣ୍ଡ। ଯିଏକି ନିରନ୍ତର ସମାଜ କଲ୍ୟାଣ କାମରେ ନିଜକୁ ନିୟୋଜିତ କରିଆସୁଛନ୍ତି। ଡକ୍ଟର ମୁଣ୍ଡ୍ ନିକଟରେ ମହାପ୍ରୟାଗଠାରେ କଳ୍ପବାସ କରି ଫେରିଛନ୍ତି। ଏତତ୍ ଦ୍ଵାରା ଡାକ୍ତର ମୁଣ୍ଡ ଜନସାଧାରଣଙ୍କୁ ଗଙ୍ଗା ନଦୀରୁ ଭକ୍ତି, ଯମୁନାରୁ କର୍ମ ଏବଂ ସରସ୍ୱତୀରୁ ଜ୍ଞାନର ସଙ୍ଗମ ସ୍ନାନ କରିବାକୁ ଅନୁରୋଧ କରିଛନ୍ତି।