Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ମହିଳା ଓ ଦୁଇ ଦୋକାନକୁ ଧକ୍କା ଦେଇ ଘର ଉପରେ ମାଡ଼ିଗଲା ତେଲ ଟ୍ୟାଙ୍କର

ମହିଳା ଓ ଦୁଇ ଦୋକାନକୁ ଧକ୍କା ଦେଇ ଘର ଉପରେ ମାଡ଼ିଗଲା ତେଲ ଟ୍ୟାଙ୍କର

ODISHA NEWS 2 years ago

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ // 
ସୁନ୍ଦରଗଡ଼, (୨୭/୦୪) : ସୁନ୍ଦରଗଡ ଜିଲ୍ଲା କୁଆରମୁଣ୍ଡା ଛକରେ ଗତକାଲି ବିଳମ୍ବିତ ରାତିରେ ସିରିଜ ଦୁର୍ଘଟଣା ଘଟିଛି । ଏକ ତେଲ ଟ୍ୟାଙ୍କର ଦ୍ରୁତ ଗତିରେ ଆସି ପ୍ରଥମେ ଜଣେ ମହିଳାଙ୍କୁ ଧକ୍କା ଦେଇଥିଲା । 

ପରେ କୁଆରମୁଣ୍ଡା ଛକରେ ଦୁଇଟି ଦୋକାନକୁ ଧକ୍କା ଦେଇ ଏକ ଘର ଉପରେ ମାଡ଼ି ଯାଇଥିଲା । ଦୁର୍ଘଟଣାରେ ଆହତ ହୋଇଥିବା ମହିଳାଙ୍କୁ ଡାକ୍ତରକାନାରେ ଭର୍ତ୍ତି କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ତେଲ ଟ୍ୟାଙ୍କରଟି ଝାଡଖଣ୍ଡରୁ ରାଉରକେଲା ଅଭିମୁଖେ ଯାଉଥିଲା । ଏହି ସମୟରେ କୁଆରମୁଣ୍ଡା ଛକରେ ଏହି ଦୁର୍ଘଟଣ ଘଟିଥିଲା । ଦୁର୍ଘଟଣା ପରେ ଟ୍ୟାଙ୍କର ଡ୍ରାଇଭର ଗାଡ଼ି ଛାଡ଼ି ଚମ୍ପଟ ମାରିଥିଲା । ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି ।

ଏହି ମର୍ମନ୍ତୁଦ ଦୁର୍ଘଟଣା ସିସିଟିଭି କଏଦ ହୋଇଛି । ଯାହା ସୋଶାଲ ମିଡିଆରେ ଭାଇରାଲ ହେଉଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODISHA NEWS