ରିପୋର୍ଟ : ଭଗବାନ ମହାନ୍ତି ମୁରିବାହାଲ, (୨୭/୦୧) : ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ଗୋଇମୁଣ୍ଡ ପଞ୍ଚାୟତ ଗୁରୁଣ୍ଡା ଖେଳ ପଡିଆ ଠାରେ ବ୍ଳକ ସ୍ତରିୟ ତୈଲିକ ବୈଶ୍ୟ ସମାଜର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସମାଜର ନାୟକ ଲିଙ୍ଗରାଜ ସାହୁ ଓ ଚିରନ୍ମୟ ସାହୁ ଇଷ୍ଟଦେବୀ ରାତମେ ଧନମେଙ୍କୁ ପୂଜାର୍ଚ୍ଚନା କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ । ସମାଜର ବ୍ଲକ ଯୁଗ୍ମ ସମ୍ପାଦକ ପଦ୍ମନାଭ ସାହୁ ସ୍ବାଗତ ଭାଷଣ ଦେଇଥିଲେ । ଉପସଭାପତି ଗିରିଧାରୀ ସାହୁ ଙ୍କ ସଂଯୋଜନାରେ ଓ ଶ୍ରୀଯୁକ୍ତ ଲୋକନାଥ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ଶ୍ରୀଯୁକ୍ତ ଲକ୍ଷ୍ମଣ ବାଗ ଯୋଗଦେଇ ତୈଲିକ ସାହୁ ସମାଜ ଭବନ ନିର୍ମାଣ ପାଇଁ ବିଧାୟକ ପାଣ୍ଠିରୁ ଅନୁଦାନ ଦେବା ପାଇଁ ଘୋଷଣ କରିବା ସହ ସବୁ ସମୟରେ ସାହୁ ସମାଜ ସାଙ୍ଗରେ ଜଡ଼ିତ ଥିବା ନିଜ ବକ୍ତବ୍ୟରେ କହିଥିଲେ।