ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ଲକ୍ଷ୍ନୌ, (୨୪/୧୧) : ଯେଉଁଠି ପୁଲିସ୍କୁ ଦେଖିଲେ ଭଲ ଭଲ ଲୋକଙ୍କର ଝାଳ ବୋହିଯାଏ, ସେଠି ସାମାନ୍ୟ ମୂଷା କିନ୍ତୁ ପୁଲିସ୍କୁ ନାକେଦମ କରିଦେଇଛି । ମୂଷା ଖାଇଗଲେ ୫୮୧ କେଜି ଗଞ୍ଜେଇ !
ମୂଷା ଖାଇଗଲେ ୫୮୧ କେଜି ଗଞ୍ଜେଇ ! ପୁଲିସ୍ ନାକ ତଳୁ ଗଞ୍ଜେଇ ଚୋରି କରି ଖାଇଗଲେ ମୂଷା, ହେଲେ କିଛି କରି ପାରିଲେନି ଖାକି ବର୍ଦ୍ଦିଧାରୀ ଅଫିସର ଓ କର୍ମଚାରୀ । ପୁଲିସ୍ ହେପାଜତରେ ଥିବା ପ୍ରାୟ ୫୮୧ କେଜି ଗଞ୍ଜେଇକୁ ମୂଷା ଖାଇ ସାରିଥିବା ବେଳେ ପୁଲିସ୍ ହାତ ଏବେ ଖାଲି । କୋର୍ଟରେ ମୂଷା ନାଁ ନେଇ ପୁଲିସ୍ ନିଜ ଅସହାୟତା ପ୍ରକାଶ କରିଥିବା ବେଳେ ଏହାର ପ୍ରମାଣ ମାଗିଛନ୍ତି କୋର୍ଟ । ଏପରି ଅଜବ ଘଟଣା ଉତ୍ତରପ୍ରଦେଶର ମଥୁରାରେ ଘଟିଛି ।
No Internet connection |