ଭୁବନେଶ୍ୱର, (୧୭/୦୭) : ଆପ୍ର. : ଟ୍ବିନସିଟିରେ ଗଡ଼ୁନି ଆମ ବସ୍ । କଟକ ଓ ଭୁବନେଶ୍ବରରେ କଂଗ୍ରେସର ଓଡ଼ିଶା ବନ୍ଦର ପ୍ରଭାବ। ନେତାଜୀ ବସ୍ ଟର୍ମିନାଲରୁ ଗଡ଼ୁନି ବସ୍ ।
ମାଷ୍ଟରକ୍ୟାଣ୍ଟିନରୁ ବି ଗଡ଼ୁନି କୌଣସି ବସ୍ । ବସ୍ ଗଡ଼ୁନଥିବାରୁ ଟର୍ମିନାଲରେ ବସିଛନ୍ତି ଯାତ୍ରୀ । ବନ୍ଦ ଡାକରା ଯୋଗୁଁ ବସ, ଅଟୋ ଏବଂ ଟ୍ରକ ଚଳାଚଳ ମଧ୍ୟ ପ୍ରଭବିତ ହେଉଛି । କଂଗ୍ରେସ କର୍ମୀ ରାସ୍ତାରେ ପ୍ରତିବାଦ କରୁଥିବା ବେଳେ ଗାଡ଼ି ଚାଳକଙ୍କୁ ଅଟକାଉଥିବା ମଧ୍ୟ ଦେଖାଯାଉଛି । ପୋଲିସ ପକ୍ଷରୁ ପିକେଟିଂ ସ୍ଥଳରେ ସ୍ଥିତି ଉପରେ କଡ଼ା ନଜର ରଖାଯାଇଛି ।
ତଦନୁଯାୟୀ ଟ୍ବିନସିଟିରେ ସମସ୍ତ ଆନ୍ଦୋଳନକାରୀଙ୍କ ଉପରେ ଏଆଇ କ୍ୟାମେରା ଓ ଡ୍ରୋନ୍ ନଜର ରଖିବ । ଆଇନ ଭାଙ୍ଗିଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ କମିଶନର ଏସ୍.

