Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ପାଣି ଘେରରେ ପଟ୍ଟାମୁଣ୍ଡାଇ ବ୍ଲକର ପ୍ରାୟ ୫୦ ହଜାର ଲୋକେ, ବନ୍ୟା ସ୍ଥିତି ପରଖିଲା ପ୍ରଶାସନ

ପାଣି ଘେରରେ ପଟ୍ଟାମୁଣ୍ଡାଇ ବ୍ଲକର ପ୍ରାୟ ୫୦ ହଜାର ଲୋକେ, ବନ୍ୟା ସ୍ଥିତି ପରଖିଲା ପ୍ରଶାସନ

ODISHA NEWS 1 year ago

କେନ୍ଦ୍ରାପଡ଼ା, (୧୮/୦୭) : ଆପ୍ର. :ପଟ୍ଟାମୁଣ୍ଡାଇରେ ବନ୍ୟା ସ୍ଥିତି ପରଖିଲା ପ୍ରଶାସନ । ବ୍ରାହ୍ମଣୀ ନଦୀରେ ତାଣ୍ଡବ ରଚୁଛି ବନ୍ୟା ପାଣି । 

କେନ୍ଦ୍ରାପଡ଼ା ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ସମେତ ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ, ପଟ୍ଟାମୁଣ୍ଡାଇ ମଣ୍ଡଳ ଉନ୍ନୟନ ଅଧିକାରୀ ସମେତ ବହୁ ପଦାଧିକାରୀ ପହଞ୍ଚି ବନ୍ୟା ବିପନ୍ନଙ୍କ ସମସ୍ୟା ପଚାରି ବୁଝିଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକର ୧୪ଟି ପଞ୍ଚାୟତର ପ୍ରାୟ ୫୦ ହଜାର ଲୋକେ ଏବେ ପାଣି ଘେରରେ । ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି ଅନେକ ପଞ୍ଚାୟତ । ହେଲେ ପ୍ରଶାସନ ପକ୍ଷରୁ କୌଣସି ସହାୟତା ବା ରିଲିଫ୍ ମିଳିନଥିବା ଲୋକେ ଅଭିଯୋଗ କରିଛନ୍ତି ।

ଶ୍ରୀରାମପୁର, ଡାମରପୁର, ବଳଭଦ୍ରପୁର ଆଦି ପଞ୍ଚାୟତରେ ୨ଦିନ ହେବ ବନ୍ୟାଜଳ ଘେରି ରହିଛି ।

ରାସ୍ତାରେ ଲହଡ଼ି ମାରୁଛି ଆଣ୍ଠୁଏ ପାଣି । ବନ୍ୟା ପାଣିରେ ଧେୟା ଅଞ୍ଚଳ ଜଳମଗ୍ନ ହୋଇଛି । ନଦୀ କୂଳିଆ ଲୋକଙ୍କୁ ଘାରିଛି କୁମ୍ଭୀର ଭୟ । ପ୍ରଶାସନ ଦୁଇଦିନ ପରେ ବନ୍ୟା ପିଡିତଙ୍କ ନିକଟରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛି । ହେଲେ ବିପନ୍ନଙ୍କୁ ରିଲିଫ ପାଇଁ ଏସ.ଆର.ସିଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରିଥିବା କହିଛନ୍ତି ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଅଜାମ୍ବର ନାୟକ । ଅନ୍ୟପଟେ ଜରୁରୀକାଳୀନ ପରିସ୍ଥିତି ପାଇଁ ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନ ସମ୍ପୂର୍ଣ ପ୍ରସ୍ତୁତ ଥିବା କହିଛନ୍ତି ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ଓ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ।

 

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODISHA NEWS