ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ // ଢେଙ୍କାନାଳ, (୦୩/୦୩) : ସଦର ଥାନା ଅନ୍ତର୍ଗତ ସିଆରିଆ ପୋଖରୀରେ ବୁଡି ଆଇଟିଆଇ ଛାତ୍ରଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ପ୍ରିତିପ୍ରଭୁ ପଟ୍ଟନାୟକ । ସେ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ବାଜିରାଉତ ଆଇଟିଆଇ କଲେଜରେ ଦ୍ଵୀତୀୟ ବର୍ଷର ଆଇଟିଆଇ ଛାତ୍ର ଥିଲେ । ପ୍ରିତିପ୍ରଭୁଙ୍କ ଘର କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବଞ୍ଚୋ ଗାଁରେ ବୋଲି ଜଣାପଡିଛି । ପ୍ରିତିପ୍ରଭୁ ସିଆରିଆ ସ୍ଥିତ ବାଜିରାଉତ କଲେଜ ହଷ୍ଟେଲରେ ରହି ପାଠ ପଢୁଥିଲେ । ହଷ୍ଟେଲରେ ଆଜି ଲାଇନ ନଥିବାରୁ ଗାଧୋଇବା ପାଇଁ ପାଣି ସରି ଯାଇଥିଲା । ପରେ ପ୍ରିତିପ୍ରଭୁ ହଷ୍ଟେଲ ନିକଟସ୍ଥ ସିଆରିଆ ପୋଖରୀକୁ ଆଠ ଜଣ ସାଙ୍ଗସାଥୀଙ୍କ ସହ ଗାଧୋଇବାକୁ ଯାଇଥିଲେ । ସେଠାରେ ପାଣିରେ ବୁଡି ତାଙ୍କର ମୃତ୍ୟୁ ହୋଇଛି ।