ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ ଗୁଣପୁର, (୫/୨) : ଆଜି ଵିକ୍ରମପୁର ସ୍ଥିତ ଅନ୍ୱେଷା ଛାତ୍ରୀନିବାସରେ ଗଜପତି ଓ ରାୟଗଡା ଜିଲ୍ଲାର ୧୧୯ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନେଇ ପ୍ରକଳ୍ପ ଆଧାରିତ ଶିକ୍ଷଣ ଉପରେ ଜିଲ୍ଲା ମଙ୍ଗଳ ବିଭାଗ ତରଫରୁ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଷଷ୍ଠ ଓ ସପ୍ତମ ଶ୍ରେଣୀ ଛାତ୍ର ଛାତ୍ରୀଙ୍କ ଵିଷୟ ଗୁଡ଼ିକୁ କିପରି ଆହୁରି ଅଧିକ ଚିତ୍ତାକର୍ଷକ ଓ ପ୍ରଭାବଶାଳୀ କରିହେବ ସେଥିନିମନ୍ତେ ଏହି କର୍ମଶାଳାର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ନିରୀକ୍ଷକ ଶ୍ୟାମଘନ ଭୂୟାଁ, ସହକାରୀ ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରଦିପ୍ତ କୁମାର ଦଳେଇ, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଗଙ୍ଗାଧର ବେହେରା, ଜିଲ୍ଲା ପ୍ରକଳ୍ପ ସଂଯୋଜକ ସୁରେଶ କୁମାର ଲିମା ଯୋଗଦେଇଥିଲେ । .ଷ୍ଟେଟ ରିସର୍ଚ ପର୍ସନ ଭାବେ ମନ୍ତ୍ରା ଫର ଚେଞ୍ଜ ର ଶୁଭଙ୍କର ନାୟକ, ହର୍ଷନ ଲିମା, ଗୈାରବ ପଣ୍ଡା, ଆସିସ ଶର୍ମା, ସୁନୀଲ ଗୈାଡ ଓ ଵିମଲ ଯୋଗଦେଇ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଆବଶ୍ୟକୀୟ ଶିକ୍ଷା ପ୍ରଦାନ କରିଥିଲେ ।