ରିପୋର୍ଟ : ଗୋପୀନାଥ ଗୌଡ଼ ରାୟଗଡା, (୦୬/୦୧) : ଫେବୃଆରୀ ୨୮ରେ ପ୍ରେସ ୟୁନିଅନ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଶୃଙ୍ଖଳିତ ସ୍ୱଭାବରୁ ଜିଲ୍ଲାରେ ୟୁନିଅନ ଶ୍ରେଷ୍ଠ ହୋଇପାରିଛି ।ପ୍ରତ୍ୟକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପ୍ରେସ୍ ୟୁନିଅନ ରାୟଗଡର ବନ୍ଧୁମିଳନ ଓ ବଣ ଭୋଜି ଶୁକ୍ରବାର ସ୍ଥାନୀୟ ସଂକେଶ ନିକଟ ଟେଗ୍ ତୋଟାରେ ଅନୁଷ୍ଠିତ ହୋଇ ଯାଇଅଛି । ଏହି ଅବସରରେ ଆଗାମୀ ପ୍ରତିଷ୍ଠା ଦିବସ ଓ ବାର୍ଷିକ ଉତ୍ସବ କିଭଳି ଆୟଜନ ହେବ ସେ ନେଇ ଆଲୋଚନା ହୋଇଥିଲା । ପ୍ରତିଷ୍ଠା ଦିବସ ପ୍ରତ୍ୟକ ବର୍ଷ ଭଳି ଜାନୁଆରୀ ୨୧ ତାରିଖରେ ପାଳନ କରାଯିବାକୁ ନିଷ୍ପତି ନିଆଯାଇଛି । ଫେବୃଆରୀ ୨୮ ତାରିଖରେ ବାର୍ଷିକ ଉତ୍ସବ ପାଳନ କରାଯିବାକୁ ନିଷ୍ପତି ନିଆଯାଇଛି । ୟୁନିଅନ ସଭାପତି କହିଥିଲେ ୟୁନିଅନର ଏକତା ନିଷ୍ଠାପର ଓ ଶୃଙ୍ଖଳିତ ସ୍ଵଭାଵରୁ ସାମ୍ବାଦିକଙ୍କ ସହ ସାଧାରଣରେ ୟୁନିଅନ ଜିଲ୍ଲାରେ ଶ୍ରେଷ୍ଠ ସ୍ଥାନରେ ପହଂଚିଛି । .ୟୁନିଅନର ଶୃଙ୍ଖଳିତ ଆଦର୍ଶ ମୋତେ ପ୍ରେରଣା ଦେଇଥିଲା ତେଣୁ ମୁ ମଧ୍ୟ ଗତ ଦିନରେ ୟୁନିଅନରେ ସାମିଲ ହୋଇଥିଲି ବୋଲି ୟୁନିଅନର ସଭାପତି ଅମୁଲ୍ୟ ସାହୁ ପ୍ରକାଶ କରିଛନ୍ତି।