ରାୟଗଡା, (୦୭/୦୪) : ଆପ୍ର. : ରାୟଗଡା ଗୋଷ୍ଠୀ ଶିକ୍ଷାଧିକାରୀ ସୁଦୀପ୍ତ କୁମାର ଦାଶଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ ରବିବାର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଳା ଶିକ୍ଷାଧିକାରୀ ରାୟଗଡା ରାମଚନ୍ଦ୍ର ନାହକ ତାଙ୍କୁ ଶନିବାର ଦିନ ରିଲିଭ କରିଛନ୍ତି । ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ଓ୍ବାଙ୍ଗ୍ରାହି ଶବରଙ୍କୁ ଅସ୍ଥାୟୀ ଦାୟିତ୍ବ ପ୍ରଦାନ କରାଯାଇଛି । ପ୍ରକାଶ ଥାଉକି ସୁଦୀପ୍ତ କୁମାର ଦାଶ ନୂତନ ଭାବେ ନିଯୁକ୍ତି ପାଇ ଗତ ତା ୨୩.୬.୨୩ ରିଖ ଦିନ ରାୟଗଡା ବ୍ଳକ ଶିକ୍ଷାଧିକାରୀ ରୂପେ ଦାଇତ୍ଵ ଗ୍ରହଣ କରିଥିଲେ । ଇତି ମଧ୍ୟରେ କଲ୍ୟାଣ ସିଂହପୁର ବ୍ଳକର ଗୋଷ୍ଠୀ ଶିକ୍ଷାଧିକାରୀ ଦାଇତ୍ଵ ମଧ୍ଯ ତୁଲାଉଥିଲେ । ସଦର ବ୍ଲକରେ ନିଯୁକ୍ତ ଥିବାରୁ ଜିଲ୍ଲା ସ୍ତରୀୟ ଶିକ୍ଷା ବିଭାଗର ଅନେକ ଦାଇତ୍ଵ ମଧ୍ଯ ନିର୍ବାହ କରୁଥିଲେ ।