ରିପୋର୍ଟ : ଗୋପୀନାଥ ଗୌଡ଼ ରାୟଗଡା, (୮/୩) : ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇ ଯାଇଛି I ରାୟଗଡ଼ ଜିଲ୍ଲା ପ୍ରଶାସନ ତରଫରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ । ଏହି ଅବସରରେ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଏକ କର୍ମଶାଳା ଓ ସମ୍ବର୍ଦ୍ଧନା ଉତ୍ସବ ଆୟୋଜନ କରାଯାଇଥିଲା । ଉକ୍ତ କର୍ମଶାଳାରେ ଜିଲ୍ଲା ସୂଚନା ଓ ପ୍ରଯୁକ୍ତି ଅଧିକାରୀ ଗୁଣ ଶେଖର, ଓରମାସର ଡେପୁଟି ସି ଇ ଓ ମନୋଜ ପାତ୍ର, ରାୟଗଡ଼ ସ୍ୱୟଂ ଶାଶିତ ମହାବିଦ୍ୟାଳୟର ଅଧ୍ୟକ୍ଷା ବବିଳତା ସରାଫ, ଜିଲ୍ଲା ଦକ୍ଷତା ଅଧିକାରୀ ସ୍ଵର୍ଣ୍ଣଲତା ରାଉତ, ପ୍ରମୁଖ ଯୋଗ ଦେଇ ମହିଳା ମାନଙ୍କ ଆର୍ଥିକ ଉନ୍ନତି, ବୈଷୟିକ ଶିକ୍ଷା ଓ ମହିଳା ସଶକ୍ତିକରଣ, ଗ୍ରାମ୍ୟ ନିଯୁକ୍ତି ଓ ବଜାର ସହିତ ଯୋଗାଯୋଗରେ ମହିଳା ମାନଙ୍କ ଅବଦାନ ଭଳି ବିଷୟ ଗୁଡିକ ଉପରେ ଆଲୋଚନା କରିଥିଲେ ।