ରିପୋର୍ଟ : ଗୋପୀନାଥ ଗୌଡ଼ ରାୟଗଡା, (୧୦/୦୩) : ବ୍ରହ୍ମପୁର ଠାରୁ ଉମରକଟ ଯାଉଥିବା OD07A J2282 ସରକାରୀ ବସ୍ କଣ୍ଡକ୍ଟର ଙ୍କ ମନମାନି ଦେଖିବାକୁ ମିଳିଛି । ୮ତାରିଖ ଦିନ ବ୍ରହ୍ମପୁର ଠାରୁ ରାୟଗଡା ଆସିବା ପାଇଁ ସାମ୍ୱାଦିକ ଗୋପିନାଥ ଗୌଡ଼ ବ୍ରହ୍ମପୁରରେ ଥିବା OSRTC ବସ୍ କାଉଣ୍ଟରରେ ପହଞ୍ଚିଥିଲେ । କିନ୍ତୁ, କାଉଣ୍ଟର ଥିବା କର୍ମଚାରୀ ଜଣକ କହିଥିଲେ ବସ୍ ଭିତରେ କଣ୍ଡକ୍ଟର ଟିକେଟ ଦେଇ - ଦେବେ। ବସ୍ ଭିତରେ ବସିବା ପରେ କଣ୍ଡକ୍ଟର ଜଣଙ୍କ ୨୧ନମ୍ୱର୍ ସିଟ୍ ରେ ବସିବାକୁ କହି ଟିକେଟ ଦେଇଥିଲେ। କିନ୍ତୁ, କିଛି ବାଟ ଆସିବା ପରେ ଗୁମୁଡ଼ାରେ ସେହି ସିଟ୍ ରିଜର୍ଭ ହୋଇଛି କହି ଉଠାଇ ଦେଇଥିଲେ। ଏବଂ ଠିଆ ହୋଇ ଯିବାକୁ କହିଥିଲେ ନଚେତ୍ ଗାଡ଼ି ରୁ ଅହ୍ଲେଇ ଯିବାକୁ କହିଥିଲେ ।