ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ // ଭୁବନେଶ୍ୱର, (୦୧/୦୨) : ଫେବୃଆରୀ ମାସରେ ବଢିବ ଖରାର ପ୍ରକୋପ । ଶୀତର ପ୍ରକୋପ ହ୍ରାସ ପାଇଥିବା ବେଳେ ଫେବୃଆରୀ ମାସରୁ ତାପମାତ୍ରା ବୃଦ୍ଧି ପାଇବ ବୋଲି ଜଣାପଡିଛି । ସାଧାରଣତଃ ଫେବୃଆରୀ ମାସ ବେଳକୁ ଶୀତ ଏହାର ପ୍ରକୋପ ଦେଖାଉଥାଏ । ତେବେ ଚଳିତ ବର୍ଷ ଏହି ଧାରାରେ ବିରାମ ଲାଗିବାକୁ ଯାଉଛି । ଏବର୍ଷ ଫେବ୍ରୁଆରୀରୁ ତାତିବ ଓଡ଼ିଶା । ରାଜ୍ୟରେ ଆଗାମୀ କିଛି ଦିନରେ ପାରଦ ୫ ଡିଗ୍ରୀ ସେଲସିୟସ୍ ଯାଏ ବଢ଼ିବ ବୋଲି ପାଣିପାଗ ବିଭାଗ ପୂର୍ବାନୂମାନ କରିଛି । ଏପଟେ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି)ର ଫେବୃଆରୀ ମାସ ପାଇଁ ପୂର୍ବାନୁମାନ ଜାରି କରିଛି । ଏହି ଆକଳନ ଅନୁସାରେ ଏଥର ଫେବ୍ରୁଆରୀରେ ଶୀତ ପ୍ରକୋପ ସମ୍ଭାବନା କମ୍ ।