ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ // କଳାହାଣ୍ଡି, (୧୦/୦୨) : କଳାହାଣ୍ଡି ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଗୁଡ଼ହାଣ୍ଡି ଡୋକାରିଚଞ୍ଚରାରେ ଘଟିଛି ଆଉ ଏକ ଅଘଟଣ । ରବିବାର ଦିନ ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ଥାନା ଅନ୍ତର୍ଗତ ଡୁମରମୁଣ୍ଡା ଗ୍ରାମର ଅଭିନାଶ ପରଜା (୨୧)ନିଜର ଜଣେ ସାଙ୍ଗ ଦିଲେଶ୍ୱର ଭତରା ସହ ଏକ ବାଇକରେ ଡୋକାରିଚଞ୍ଚରା ବୁଲିବାକୁ ଆସିଥିବା ବେଳେ ଡୋକରି ଜଳପ୍ରପାତ ଉପରୁ ମୋବାଇଲରେ ସେଲ୍ଫି ଉଠାଉ ଥିବା ବେଳେ ଅସାବଧାନତା କାରଣରୁ ଶିଉଳିରେ ଗୋଡ଼ ଖସି ଯିବାରୁ ଡୋକରୀ ଦର ଜଳପ୍ରପାତର ଗଭୀର ପାଣିରେ ବୁଡି ନିଖୋଜ ହୋଇ ଯାଇଥିବା ବେଳେ ଦୀର୍ଘ ସମୟ ଧରି ପାଣି ତାଙ୍କ ସାଙ୍ଗ ଓ ଅନ୍ୟମାନେ ଖୋଜାଖୋଜି କରିବା ପରେ ମଧ୍ୟ ଯୁବକଙ୍କ ପତ୍ତା ମିଳିନାହିଁ । .ଖବର ପାଇ କୋକସରା ଦମକଲ କର୍ମଚାରୀ ଓ ଆମପାଣି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିବା ସୂଚନା ମିଳିଛି।