Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ସ୍ତ୍ରୀକୁ ପିଟି ପିଟି ମାରିଲା ସ୍ବାମୀ, ଅଭିଯୁକ୍ତ ପତ୍ନୀହନ୍ତା ଗିରଫ

ସ୍ତ୍ରୀକୁ ପିଟି ପିଟି ମାରିଲା ସ୍ବାମୀ, ଅଭିଯୁକ୍ତ ପତ୍ନୀହନ୍ତା ଗିରଫ

ODISHA NEWS 1 year ago

କରଞ୍ଜିଆ, (୧୯/୦୭) : ଆପ୍ର. : ମଦ୍ୟପ ସ୍ୱାମୀର ଉନ୍ମତ୍ତ କାଣ୍ଡ । ଘୋରେ଼ଇ କଳିକୁ କେନ୍ଦ୍ର କରି ନିଜ ସ୍ତ୍ରୀକୁ ପିଟି ପିଟି ମାରିଦେଲା ସ୍ବାମୀ । ଏଭଳି ଏକ ଅଭାବନିୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଯଶିପୁର ଥାନା ମଣଦା ଗାଁ ନାଏକ ସାହିରେ ।

ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ କୌଣସି କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା । ଏଥିରେ ଉତ୍କ୍ଷିପ୍ତ ହୋଇ ନିଶାଶକ୍ତ ଅବସ୍ଥାରେ ଥିବା ସ୍ୱାମୀ ମୁକ୍ତିଆରି ନାଏକ ସ୍ତ୍ରୀ ବିଳାସୀ ନାଏକକୁ ପିଟି ପିଟି ହତ୍ୟା କରିଛି । ଘଟଣା ସ୍ଥଳରେ ଯଶିପୁର ପୋଲିସ ପହଞ୍ଚି ଅଭିଯୁକ୍ତ ପତ୍ନୀହନ୍ତା ସ୍ଵାମୀକୁ ଗିରଫ କରି ପ୍ରାଥମିକ ତଦନ୍ତ ଜାରି ରଖିଛି ପୋଲିସ୍ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODISHA NEWS