ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବାଲେଶ୍ୱର, (୧୭/୦୭) : ବାଲେଶ୍ୱର ଜିଲ୍ଳା ସୋର ସିମୁଳିଆ ଥାନା ତାଳପଦା ଗାଁରେ ଅଭାବନୀୟ ଘଟଣା । ତଣ୍ଟି ଚିପି ମାକୁ ପୁଅ ହତ୍ୟା କରିଥିବା ଅଭିଯୋଗ ହୋଇଛି ।
ସିମୁଳିଆ ଥାନାରେ ବୋହୂ ଅଭିଯୋଗ କରିବା ପରେ ପୁଲିସ ପୁଅକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ ଘରେ ଖାଇବା ପିଇବାକୁ ନେଇ ଅଧିକାଂଶ ସମୟ କଳହ ଲାଗି ରହୁଥିଲା । ଏଥିରେ ଉତକ୍ଷିପ୍ତ ହୋଇ ପୁଅ ଜଣକ ମାର ତଣ୍ଟି ଚିପି ହତ୍ୟା କରିଥିବା କୁହାଯାଉଛି । ତେବେ ବୋହୂର ଅଭିଯୋଗ ପରେ ପୁଅକୁ ପୁଲିସ ଥାନାରେ ଅଟକ ରଖିଛି ।

