Dailyhunt
ଟ୍ରେନ ରୁ ଖସି ପଡ଼ି ଯୁବକ ମୃତ

ଟ୍ରେନ ରୁ ଖସି ପଡ଼ି ଯୁବକ ମୃତ

ODISHA NEWS 10 months ago

ସୁବର୍ଣ୍ଣପୁର, (୨୩/୦୪) : ଆ.ପ୍ର : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି  ସହଲା  ଫାଟକ ନିକଟରେ ଜଣେ ବ୍ୟକ୍ତି ଟ୍ରେନ ନମ୍ୱର ୧୮୫୨୩ ବିଶାଖାପାଟନା ବନାରସ ଏକ୍ସପ୍ରେସରେ ଆସୁଥିବା ସମୟରେ ଅସାବଧାନତାରୁ ଟ୍ରେନରୁ ଖସି ପଡ଼ିଥିଲେ  l 

ମୃତ ବ୍ୟକ୍ତି ଜଣକ ହେଉଛନ୍ତି ଝାରଖଣ୍ଡ ରାଜ୍ୟ ବୋକାରୁ ଜିଲ୍ଲା ଜରିଡି ଥାନା ଅରାଜୁ ଗ୍ରାମର ପରାୟଗ ସୁରେନ ବୋଲି ଜଣା ପଡିଛି  l ମୃତ ବ୍ୟକ୍ତି ଜଣକ ଟ୍ରେନରୁ ପଡ଼ିଯିବା ଦେଖି ଟ୍ରେନ ଭିତରେ ଥିବା ଜଣେ ଯାତ୍ରୀ ରେଲୱେ ହେଲ୍ପ ଲାଇନ ନମ୍ବରକୁ ଯୋଗାଯୋଗ କରିଥିଲେ l ଜିଆରପି ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଖସି ପଡିଥିବା ବ୍ୟକ୍ତିକୁ ଡୁଙ୍ଗୁରିପାଳି ଡାକ୍ତରଖାନାରେ ଭର୍ତ୍ତି କରିବା ପରେ ଡାକ୍ତର ମୃତ ଘୋଷଣା କରିଛନ୍ତି l ଡୁଙ୍ଗୁରିପାଲି ଡାକ୍ତରଖାନାରେ ମୃତ ଦେହକୁ ଜିଆରପି ପୁଲିସ ଜବତ କରି ଶବ ବ୍ୟବଚ୍ଛେଦ କରିବା ସହ ଘଟଣାର ତଦନ୍ତ ଜାରୀ କରୁଛି l  .

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODISHA NEWS