ଗରଦପୁର, ୧୯/୦୧/୨୦୨୦(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ ଅନ୍ତର୍ଗତ ପଦ୍ମପୁର ପଂଚାୟତର ନୂଆପଡା ଠାରେ ଥିବା 'ଚିତ୍ରୋତ୍ପଳା ବଣିକ ସଂଘ ସଦସ୍ୟ ତଥା ଅବସରପ୍ରାପ୍ତ ଶିକ୍ଷକ ଅରକ୍ଷିତ ବେହେରା (୭୨)ଙ୍କ ବିୟୋଗରେ ଆଜି ନୂଆପଡା ବଜାର ବନ୍ଦ ରହିଛି । ପ୍ରକାଶ ଯେ,ଅବସରପ୍ରାପ୍ତ ଶିକ୍ଷକ ସ୍ୱର୍ଗତ ବେହେରାଙ୍କର ଗତକାଲି ରାତ୍ରୀ ସାଢେ ତିନିଟାରେ ନୂଆପଡାସ୍ଥିତ ତାଙ୍କ ଘରେ ପରଲୋକ ଘଟିଛି । ସ୍ୱର୍ଗତ ବେହେରା ଗତ କିଛି ଦିନ ହେଲା ହୃଦଘାତ ଜନିତ ରୋଗରେ ପିଡୀତ ଥିଲେ । ତାଙ୍କର ମୃତ୍ୟୁ ଖବର ପାଇଁ 'ଚିତ୍ରୋତ୍ପଳା ବଣିକ ସଂଘ ପକ୍ଷରୁ ଉପଦେଷ୍ଟା ଡାକ୍ତର ବିଷ୍ଣୁ ଚରଣ ପ୍ରଧାନ,ସାପତି ନିରଞ୍ଜନ ଦାସ,ଆଲୋକ କୁମାର ପରିଜା,ବ୍ରଜ କିଶୋର ସାହୁ,ଅଜୟ କୁମାର ସେନାପତି,ଅନିରୁଦ୍ଧ ପରିଡା ଓ ଗରଦପୁର ବ୍ଳକର ପୂର୍ବତନ ଉପାଧ୍ୟକ୍ଷ ଜ୍ୟୋତିରଞ୍ଜନ ପରିଡା ସ୍ୱର୍ଗତ ବେହେରାଙ୍କୁ ଶେଷ ଦର୍ଶନ କରିଥିଲେ ।