ଗରଦପୁର, ୧୯/୦୧/୨୦୨୦(ଓଡ଼ିଶା ସମାଚାର)- ଗତ ୪/୫ ଦିନ ହେଲା ଅଂଚଳରେ ଘନ କୁହୁଡି ଲାଗିରହିଛି । ସକାଳ ସମୟରେ ଘନ କୁହୁଡି ଲାଗି ରହିଥିବାରୁ ସାଧାରଣ ଜୀବନଯାତ୍ରାରେ ପ୍ରଭାବ ପକାଉଛି । କୁହୁଡି ଯୋଗୁଁ ସାଧାରଣ ଲୋକମାନେ ଘରୁ ବାହାରିବାକୁ ଉଚିତ୍ ମଣୁ ନ ଥିବାବେଳେ,ରାସ୍ତାରେ ଯାତାୟତ କରୁଥିବା ପଥଚାରୀମାନେ ଅନେକ ସମସ୍ୟାରେ ପଡୁଛନ୍ତି । ନୂଆପଡା-ଗରଦପୁର,ହଳଦିଆଗଡା-ପାଟକୁରା,ପାଟକୁରା-ଗରଦପୁର ଭଳି ଅନେକ ରାସ୍ତା ଘାଟ କୁହୁଡି ପ୍ରାଭାବରେ ବାଇକ୍ ଆରୋହୀ ଓ ଚାରିଚକିଆଯାନ ଆରୋହୀମାନେ ଅନେକ ସମୟରେ ରାସ୍ତାରେ ଯାତାୟତ କରିବା ବେଳେ ସମସ୍ୟାରେ ପଡୁଛନ୍ତି । କୁହୁଡି ଯୋଗୁଁ ଧାନ ଅମଳ ଭଳି କୃଷି କାର୍ଯ୍ୟରେ ସମସ୍ୟା ଦେଖାଯାଇଛି । ସେହିପରି ସନ୍ଧ୍ୟା ସମୟରେ ମଧ୍ୟ ଘନ କୁହୁଡି ଦେଖା ଦେଉଥିବାରୁ ରାସ୍ତାରେ ଯାତୟତ କରୁଥିବା ଯାନ ଆରୋହୀ ପଥାଚାରୀମାନଙ୍କ ପାଇଁ ସମସ୍ୟା ସୃଷ୍ଟି ହେଉଛି ।