ଯୋଗଦେବେ ମାନ୍ୟବର ମନ୍ତ୍ରୀ ଓ ବିଧାୟକ ଭୁବନେଶ୍ୱର ,୧୯/୦୧/୨୦୨୦ (ଓଡ଼ିଶା ସମାଚାର)- ଆସନ୍ତା ଜାନୁୟାରୀ ୨୦ ତାରିଖ ଦିନ ଜାତୀୟ ଉଠାଦୋକାନୀ ଦିବସ ପାଳନ ପରିପ୍ରେକ୍ଷୀରେ ମାନ୍ୟବର ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଜେନା, ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା, ଶ୍ରୀଯୁକ୍ତ ଅରୁପ ପଟ୍ଟନାୟକ, ପୂର୍ବତନ ଅର୍ଥମନ୍ତ୍ରୀ ତଥା କେନ୍ଦ୍ରାପଡ଼ା ବିଧାୟକ ଶଶିଭୂଷଣ ବେହେରା, ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ର ଅଧ୍ୟକ୍ଷ ଶ୍ରୀଯୁକ୍ତ ସୁବାସ ସିଂ, ଏସଏସପିଡ଼ି କମିଶନର ସୁଲୋଚନା ଦାସ ପ୍ରମୁଖ ଯୋଗଦାନ କରିବେ ବୋଲି ନିଖିଳ ଉତ୍କଳ କ୍ଷୁଦ୍ର ବ୍ୟବସାୟୀ ଓ ଭେଣ୍ଡିଂଜୋନ ସୁରକ୍ଷା ଟ୍ରଷ୍ଟର ପ୍ରତିଷ୍ଠାତା ସଭାପତି ଶ୍ରୀଯୁକ୍ତ ପ୍ରତାପ କୁମାର ସାହୁ ଏକ ପ୍ରେସ୍ ବିବୃତିିରେ ଜଣାଇଛନ୍ତି । ଏହି କାର୍ଯ୍ୟକ୍ରମ ୟୁନିଟ୍-୧ ଭୂତଳ ଫଳ ଭେଣ୍ଡିଂଜୋନଠାରେ ଅନୁଷ୍ଠିତ ହେବ ।