କଟକ, ୨୦/୦୧/୨୦୨୦(ଓଡ଼ିଶା ସମାଚାର)- ଛାତ୍ରଛାତ୍ରୀମାନେ ସୁସ୍ଥ ଏବଂ ନିରାମୟ ରହିବା ପାଇଁ ସାଇକେଲ ଚାଳନା କରିବାକୁ ମହାବିଦ୍ୟାଳୟ ପକ୍ଷରୁ ଆୟୋଜିତ ସଭାରେ ଅଧ୍ୟକ୍ଷତା କରି ଅଧ୍ୟକ୍ଷା ଡ. ସ୍ନେହଲତା ମିଶ୍ର ଛାତ୍ରଛାତ୍ରୀମାନଙ୍କୁ ଉପଦେଶ ଦେଇଥିଲେ । ଏହି ସାଇକେଲ୍ ଚାଳନା ଦ୍ୱାରା ଛାତ୍ରଛାତ୍ରୀମାନେ ନିଜେ ସୁସ୍ଥ ରହିବା ସହିତ ଗୋଟିଏ ସୁସ୍ଥ ସମାଜ ଗଢ଼ିପାରିବାକୁ ସକ୍ଷମ ହୋଇପାରିବେ ବୋଲି କହିଥିଲେ । 'ସାଇକେଲ୍ ଚଲାନ୍ତୁ ଏବଂ ସୁସ୍ଥ ରୁହନ୍ତୁ' ଶୀର୍ଷକ ଏହି ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ରୁପେ ବିଶିଷ୍ଟ ସମାଜସେବୀ ଡ. ଦ୍ୱିପାୟନ ପଟ୍ଟନାୟକ ଯୋଗଦେଇ ସାଇକେଲ୍ ଚାଳନା ଦ୍ୱାରା ଆମ ଶରୀର ସୁସ୍ଥ ରହିପାରିବ ବୋଲି ମତଦେଇ ବ୍ୟାୟାମ, ଯୋଗ, ଧ୍ୟାନ, ପ୍ରାଣାୟମର ଉପକାରିତା ବିଷୟରେ ବୁଝାଇଥିଲେ ।