ନୂଆଦିଲ୍ଲୀ: ଦୁନିଆକୁ ବିଦାୟ ନେଇଛନ୍ତି ଅଭିନେତ୍ରୀ ଗୋହର ଖାନଙ୍କ ବାପା ଜଫର ଅହମ୍ମଦ ଖାନ । ଗତ ଏକ ସପ୍ତାହ ଧରି ତାଙ୍କ ପିତା ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଆଜି ସକାଳେ ସେ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଗୋହର ଖାନ ତାଙ୍କ ଇନଷ୍ଟାଗ୍ରାମରେ ବାପାଙ୍କ ଏକ ଫଟୋ ସେୟାର କରି ତାଙ୍କ ମୃତ୍ୟୁ ବିଷୟରେ ସୂଚନା ଦେଇଛନ୍ତି । ସେ କ୍ୟାପସନରେ ଲେଖିଛନ୍ତି, 'ମୋର ହିରୋ ତୁମ ପରି କେହି ନୁହଁନ୍ତି । ମୋ ବାପା ଜଣେ ଏଞ୍ଜଲ୍ ଥିଲେ ଯାହାଙ୍କର ଦେହାନ୍ତ ହୋଇଛି । ସେ ସର୍ବୋତ୍ତମ ଆତ୍ମା ଥିଲେ । ମୁଁ ତୁମକୁ ବହୁତ ଭଲ ପାଏ ।' ଗୋହରଙ୍କ ବନ୍ଧୁ ପ୍ରୀତି ତାଙ୍କ ଇନଷ୍ଟାଗ୍ରାମରେ ଜଫରଙ୍କ ଏକ ଭିଡିଓ ସେୟାର କରିଛନ୍ତି । ଯାହା ସହିତ ସେ କ୍ୟାପସନରେ ଲେଖିଛନ୍ତି, 'ଗୋହରଙ୍କ ବାପା, ଯାହାକୁ ମୁଁ ଖୁବ୍ ଭଲ ପାଉଥିଲି ।