Dailyhunt
ବିବାଦରେ ଆପିଏଲର ଦୁଇ ନୂଆ ଦଳ: ଲଳିତ ମୋଦିଙ୍କ ନିଶାନାରେ ବିସିସିଆଇ

ବିବାଦରେ ଆପିଏଲର ଦୁଇ ନୂଆ ଦଳ: ଲଳିତ ମୋଦିଙ୍କ ନିଶାନାରେ ବିସିସିଆଇ

ଓଡ଼ିଶା ସମ୍ବାଦ ବ୍ୟୁରୋ : ୧୫ ତମ ଆଇପିଏଲ୍ ସଂସ୍କରଣ ପାଇଁ ଦୁଇଟି ନୂଆ ଦଳ ଲକ୍ଷ୍ନୌ ଓ ଅହମଦାବାଦ ପାଇଁ ନିଲାମି ସରିଯାଇଥିଲେ ମଧ୍ୟ ଏବେ ଏହି ନୂଆ ଦଳକୁ ନେଇ ବିବାଦ ବଢ଼ିବା ଦେଖାଦେଇଛି। ଏହି ମାମଲାରେ ପୂର୍ବତନ ଆଇପିଏଲ୍ ଚେୟାରମ୍ୟାନ ଲଳିତ ମୋଦି ସିଧାସଳଖ ବିସିସିଆଇକୁ ନିଜ ନିଶାନାକୁ ନେଇଛନ୍ତିି। ବିସିସିଆଇକୁ ଆକ୍ଷେପ କରି ନିଜ ଟ୍ୱିଟର ପୃଷ୍ଟାରେ ଲଳିତ ମୋଦି କହିଛନ୍ତି -ମତେ ଲାଗୁଛି ଏକ ସଟ୍ଟାବାଜି କମ୍ପାନୀ ଏକ ନୂଆ ଟିମ୍ କୁ କିଣିପାରେ।

ଏହା ଏକ ନୂଆ ନିୟମ।ତେଣୁ ଅଧିକ ବୋଲି ଲଗାଇଥିବା ମାଲିକ ଏକ ବଡ ସଟ୍ଟା ବାଜି କମ୍ପାନୀର ମାଲିକ ମଧ୍ୟ ଅଟନ୍ତି।ଆଗକୁ କଣ ? ଆଗରୁ କଣ ବିସିସିଆଇ ହୋମ ୱାର୍କ କରିନାହିଁ କି ? ଏହି ମାମଲାରେ ଆଣ୍ଟି କରପସନ୍ କଣ କରୁଛି ? ଲଳିତ ମୋଦିଙ୍କ ଏଭଳି ବୟାନ ସିଧାସଳଖ ସିଭିସି କ୍ୟାପିଟାଲକୁ ନେଇ ହୋଇଥିବା ବେଳେ ନିଲାମିରେ ଆଦାନି ଗ୍ରୁଫ୍ ପଛରେ ପଡ଼ିଥିବା ରହସ୍ୟ ମଧ୍ୟ ଉନ୍ମୋଚିତ ହୋଇଛି।

ଲମ୍ବା ସମୟ ଧରି ଆଦାନି ଗ୍ରୁଫ୍ ଓ ଆରପିଏସଜି ଗ୍ରୁଫ୍ ଦୁଇ ନୂଆ ଟିମକୁ କିଣିବେ ବୋଲି ଆକଳନ ହେଉଥିବା ବେଳେ ନିଲାମି ଦିନ କିନ୍ତୁ ଆରପିଏସଜି ଗ୍ରୁଫ୍ ୭,୦୯୦ କୋଟି ଟଙ୍କାରେ ଲକ୍ଷ୍ନୌ ଦଳକୁ କିଣିଥିବା ବେଳେ ସିଭିସି କ୍ୟାପିଟାଲ ୫,୬୨୫ କୋଟି ଟଙ୍କାରେ ଅହମ୍ମଦାବାଦ ଦଳକୁ ହାତେଇଥିଲା।ଆଦାନି ଗ୍ରୁଫ୍ କିନ୍ତୁ ଅହମ୍ମଦା ବାଦ ଦଳ ପାଇଁ ୫ ହଜାର ୧୦୦ କୋଟି ଟଙ୍କା ବୋଲି ଲଗାଇ ପଛରେ ପଡ଼ିଯାଇଥିଲା।

ସୂଚନା ମୂତାବକ ସିଭିସି କ୍ୟାପିଟାଲ ଏକ ନିବେଶ ଉପଦେଷ୍ଟା ଫାର୍ମ ଅଟେ।ସଟ୍ଟା ବାଜି କମ୍ପାନୀ ସମେତ ବିଭିନ୍ନ କମ୍ପାନୀରେ ଏହାର ନିବେଶ ରହିଛି।ଏପରିକି ଜର୍ମାନୀର ଏକ ପ୍ରସିଦ୍ଧ ଜୁଆ କମ୍ପାନୀ ଟିପିକୋରେ ଏହି କମ୍ପାନୀର ଭାରିମାତ୍ରାରେ ନିବେଶ ରହିଛି। ସିଭିସି କ୍ୟାପିଟାଲ ଆଇପିଏଲର ପ୍ରଥମ ଫ୍ରାନଞ୍ଚାଇଜ୍ ଯିଏ ସମ୍ପୁର୍ଣ୍ଣ ବିଦେଶୀ ନିବଶକ। ତେବେ ସିଭିସି କ୍ୟାପିଟାଲର ବ୍ୟବସାୟକୁ ନେଇ ବିବାଦ ଦେଖାଦେବା ପରେ ଆଶା କରାଯାଉଛି। ଯଦି ବିସିସିଆଇ କାର୍ଯ୍ୟନୁଷ୍ଠାନ ଗ୍ରହଣ କରେ ତେବେ ଅହମ୍ମଦା ବାଦ ଟିମ୍ ଦ୍ୱିତୀୟ ସର୍ବାଧିକ ବୋଲି ଲଗାଇଥିବା ଆଦାନୀ ଗ୍ରୁଫ୍ ହାତକୁ ଚାଲିଯିବ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Sambad Odia