ପଠାନକୋଟ: ପଠାନକୋଟରେ ବୁଧବାର ଏକ ପାକିସ୍ତାନୀ ନୌକା ମିଳିବା ପରେ ସୁରକ୍ଷା ଏଜେନ୍ସି ଆଲର୍ଟ ହୋଇଯାଇଛି । ଭାରତ-ପାକିସ୍ତାନ ସୀମା ନିକଟରେ ଥିବା ତରନାହ ଅଂଚଳରେ ଏହି ବୋଟଟି ମିଳିଛି । ସ୍ଥାନୀୟ ପୋଲିସ ଏବଂ ସୁରକ୍ଷାକର୍ମୀ ସର୍ଚ୍ଚ ଅପରେଶନ ଆରମ୍ଭ କରିଛନ୍ତି । ବୋଟରେ କୌଣସି ଚିହ୍ନ କିମ୍ବା ଲେଖା ନାହିଁ ।