ନୂଆଦିଲ୍ଲୀ: ଫେବୃଆରୀ ମାସ ପାଇଁ କେନ୍ଦ୍ର ସରକାର ଜାରି କଲେ କରୋନା ଗାଇଡଲାଇନ। ଜାନୁଆରୀ ମାସ ଭଳି ଫେବୃଆରୀ ମାସର ଗାଇଡଲାଇନରେ ବିଶେଷ କିଛି ପରିବର୍ତ୍ତନ କରାଯାଇନାହିଁ । ପୂର୍ବଭଳି ମାସ୍କ, ସାନିଟାଇଜେସନ ଓ ସାମାଜିକ ଦୂରତା ବଜାୟ ରଖିବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସରକାର । ସିନେମା ହଲ ଓ ଥିଏଟର ଗୁଡ଼ିକ ପୂର୍ବରୁ ୫୦% ଦର୍ଶକଙ୍କୁ ନେଇ କାର୍ଯ୍ୟକ୍ଷମ ହେଉଥିଲା, ଏବେ ଏହି ସିଟ୍ ସଂଖ୍ୟା ବୃଦ୍ଧି ହୋଇପାରିବ ବୋଲି କେନ୍ଦ୍ର ସରକାର ଗାଇଡଲାଇନରେ ଉଲ୍ଲେଖ କରିଛନ୍ତି । ସେହିପରି ସୁଇମିଂ ପୁଲ ମଧ୍ୟ ସମସ୍ତଙ୍କ ପାଇଁ ଖୋଲିବ। ଏଥିପାଇଁ ଜାରି ହେବ ଏସଓପି । ସମସ୍ତ ପ୍ରଦର୍ଶନୀ କାର୍ଯ୍ୟକ୍ରମକୁ କେନ୍ଦ୍ର ସରକାର କଟକଣା ମୁକ୍ତ କରିଛନ୍ତି । ହେଲେ ଏହା ମଧ୍ୟରେ କରୋନା ସଂକ୍ରମଣକୁ ରୋକିବା ପାଇଁ କ'ଣ ସବୁ ବ୍ୟବସ୍ଥା ହେବ, ସେ ବିଷୟରେ କର୍ମସ ବିଭାଗ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସହ ଆଲୋଚନା କରି ନିଷ୍ପତ୍ତି ନେବ।