ଭୁବନେଶ୍ୱର: ରିଅଲ୍ ହୋଇଛି ରିଲ୍ ଯୋଡ଼ି । ମାର୍ଚ୍ଚ ୧ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ସବ୍ୟସାଚୀ ଓ ଅର୍ଚ୍ଚିତା । ରାଜସ୍ଥାନରେ ରାଜକୀୟ ଢଙ୍ଗରେ ବିବାହ ସମ୍ପନ୍ନ ପରେ ସେଲିବ୍ରିଟି ନବ ଦମ୍ପତି ଶୁକ୍ରବାର ସନ୍ଧ୍ୟାରେ ଓଡ଼ିଶା ଫେରିଛନ୍ତି । ଭୁବନେଶ୍ୱର ବିମାନବନ୍ଦରରେ ନବ ଦମ୍ପତିଙ୍କୁ ସ୍ୱାଗତ କରିଛନ୍ତି ଶୁଭେଚ୍ଛୁ । ବିମାନବନ୍ଦରରେ ଗଣମାଧ୍ୟମର ପ୍ରଶ୍ନରେ ଅନେକ ରାଜ୍ ଖୋଲିଛନ୍ତି ଅର୍ଚ୍ଚିତା ଓ ସବ୍ୟସାଚୀ ।