ନୂଆଦିଲ୍ଲୀ: ସୁନା ଦାମ କମି କମି ଚାଲିଛି । ସୁନା କିଣିବା ପାଇଁ ଗ୍ରାହକଙ୍କ ପାଖରେ ଭଲ ମଉକା । ସୁନା ଦାମ ହ୍ରାସ ପାଇ ୧୦ ଗ୍ରାମକୁ ପାଖାପାଖି ୪୪ ହଜାର ୪୦୦ ଟଙ୍କା ହୋଇଛି । ଭାରତୀୟ ବଜାରରେ ଲଗାତାର ୮ ଦିନ ହେଲା ସୁନା ଦାମ ହ୍ରାସ ପାଇଛି । ଶୁକ୍ରବାର ଏମସିଏକ୍ସରେ ସୁନା ଦାମ ୦.୩ ପ୍ରତିଶତ ହ୍ରାସ ପାଇ ୧୦ ଗ୍ରାମକୁ ୪୪ ହଜାର ୪୦୦ ଟଙ୍କାରେ ପହଞ୍ଚିଛି । ରୁପା ଦାମ ମଧ୍ୟ ୦.୬ ପ୍ରତିଶତ ହ୍ରାସ ପାଇ କିଲୋ ପ୍ରତି ୬୫ ହଜାର ୫୨୩ ଟଙ୍କାରେ ପହଞ୍ଚିଛି । ଦିଲ୍ଲୀ ବଜାରରେ ଗୁରୁବାର ଦିନ ସୁନା ଦାମ ୪୪ ହଜାର ୫୮୯ ଟଙ୍କା ଥିଲା । ସୁନା ଦର ଗତ ୧୦ ମାସର ନିମ୍ନ ସ୍ଥରରେ ପହଞ୍ଚିଛି । ଗତ ୧୦ ମାସରୁ ଏବେ ସୁଦ୍ଧା ସୁନା ଦର ପାଖାପାଖି ୧୨ ହଜାର ହ୍ରାସ ପାଇଛି । ୨୦୨୦ ଅଗଷ୍ଟ ମାସରେ ସୁନା ଦାମ ରେକର୍ଡ ସ୍ଥର ୫୬ ହଜାର ୨୦୦ ଟଙ୍କାରେ ପହଞ୍ଚିଥିଲା ।