ଭୁବନେଶ୍ବର: ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ସାଇନ୍ସ ପାର୍କ ନିର୍ମାଣ କରାଯିବ । ପ୍ରଥମେ ୨୦ଟି ଜିଲ୍ଲାରେ ପାର୍କ ନିର୍ମାଣ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ୧୦ଟି ଜିଲ୍ଲାରେ ନିର୍ମାଣ ହେବ । ଦ୍ବିତୀୟ ପର୍ଯ୍ୟାୟରେ ଆଉ ୨୦ଟି ଜିଲ୍ଲାରେ ପାର୍କ ନିର୍ମାଣ କରାଯିବ । ଏଥିସହିତ 6ଟି ପ୍ଳାନେଟୋରିୟମ୍ ନିର୍ମାଣ ହେବ । ବିଜ୍ଞାନ ଓ ବୈଷୟିକ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏହି ସୂଚନା ଦେଇଛନ୍ତି । ଦୁଇଟି ପ୍ଳାନେଟୋରିୟମ୍ ଭୁବନେଶ୍ବର ଓ ବୁର୍ଲାରେ ରହିଛି । ଆଉ 6ଟି ମଧ୍ୟରୁ ରାଉରକେଲା, ବଲାଙ୍ଗିର, ବାରିପଦା, କେନ୍ଦୁଝର, ଗୋପାଳପୁର ଓ ରାୟଗଡ଼ାଠାରେ ନିର୍ମାଣ କରାଯିବ । ସାଇନ୍ସ ପାର୍କ ନିର୍ମାଣ କରିବାକୁ ୫ ଏକର ଯାଗା ଆବଶ୍ୟକ । ଜିଲ୍ଲାପାଳମାନଙ୍କୁ ଜମି ଚିହ୍ନଟ କରିବାକୁ କୁହାଯାଇଛି ।