Dailyhunt
୧୦୫ତମ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ ପାଳିତ

୧୦୫ତମ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ ପାଳିତ

ONA Khabar 5 years ago

ଢେଙ୍କାନାଳ : ମହାନ ଜନ ନାୟକ, ପ୍ରବାଦ ପୁରୁଷ ଓ ଜଣେ ସାଲିସ ବିହିନ ରାଷ୍ଟ୍ରନୀତିଜ୍ଞ, ଚିନ୍ତା ନାୟକ, ଓଡିଆ ମାନଙ୍କର ସ୍ୱାଭିମାନର ପ୍ରତିକ ପ୍ରତ୍ୟକ ଓଡିଆର ଘରେ ଘରେ ପରିଚିତ ଏବଂ ସମସ୍ତ ଓଡିଶା ବାସୀଙ୍କର ଅତିପ୍ରୀୟ ଥିଲେ ବିଜୁବାବୁ । ତାଙ୍କର ଅନେକଗୁଡିଏ ଅଭୁଲା କଥା ଆଜିବି ମନେ ପଡିଯାଉଛି । ତାଙ୍କ ଭିତରେ ଜାତି, ଗୋତ୍ର, ଛୁଆଁ ଅଛୁଆଁର ଭେଦଭାବ ନଥିଲା । କେବଳ ଥିଲା ମଣିଷ ପାଇଁ ସ୍ନହ ଓ ଶ୍ରଦ୍ଧା । ତାଙ୍କର ୧୦୫ତମ ଜନ୍ମ ଜୟନ୍ତୀରେ ରାଜ୍ୟ ସରକାର ତାଙ୍କର ଏହି ଜନ୍ମ ଜୟନ୍ତିକୁ ପଂଚାୟତ ରାଜ ଓ ଲୋକସେବା ଦିବସ ଭାବେ ପାଳନ କରୁଛନ୍ତି । ପଞ୍ଚାୟତ ରାଜ ବ୍ୟବସ୍ଥାକୁ ଶକ୍ତିଶାଳୀ କରିବାପାଇଁ ମୋ ସରକାରରେ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଗଣତନ୍ତ୍ରରେ ଲୋକମାନଙ୍କୁ ସବୁବେଳେ ବିଜୁବାବୁ ଗୁରତ୍ୱ ଦେଉଥିଲେ ବୋଲି ଶୁକ୍ରବାର ଢେଙ୍କାନାଳ ବିଜୁ ଜନତାଦଳ ଜିଲ୍ଲା କାର୍ଯ୍ୟଳୟଠାରେ ନଗର ସଭାପତି ଇନ୍ଦ୍ରମଣି ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ୧୦୫ତମ ବିଜୁ ଜୟନ୍ତୀରେ ମୁଖ୍ୟ ଅତିଥିଭାବେ ରାଜ୍ୟ ଖଣି,ଇସ୍ପାତ ଓ ପୂର୍ତ୍ତମନ୍ତ୍ରୀ ପ୍ରଫୁଲ କୁମାର ମଲ୍ଲିକ ଯୋଗଦେଇ ତାଙ୍କର ବକ୍ତବ୍ୟ ରଖିଥିଲେ ।

ଏହି ଜୟନ୍ତୀ ଉତ୍ସବରେ ସମ୍ମାନିତ ଅତିଥିଭାବେ ଯୋଗ ଦେଇ ଢେଙ୍କାନାଳ ବିଧାୟକ ସୁଧିର କୁମାର ସାମଲ ବିଜୁବାବୁଙ୍କର ଯୁବକ ସମୟର କଥାକୁ ମନେ ପକାଇ କିଭଲି ସେ ୧୯୩୨ ମସିହାରେ ତାଙ୍କର ଦୁଇ ସହପାଠୀ ଅମରଦେ ଓ ଭ୍ରମରବର ସାହୁଙ୍କ ସହ ମିଶି ସାଇକେଲରେ ପାକିସ୍ଥାନର ପେଶୱାର ପର୍ଯ୍ୟନ୍ତ ଯାତ୍ରା କରି ଏକ ବିସ୍ମୟ ଯୁବକର ପରିଚୟ ଦେଇଥିଲେ । ଏହାଛଡା ବିଜୁବାବୁଙ୍କର ଭିଭିନ୍ନ ସାହାସିକତା ଓ ରାଜନୈତିକ ଜୀବନର ସଂଘର୍ଷମୟ କଥାକୁ ବଖାଣି ଥିଲେ । ବିଜୁବାବୁ ମହିଳାମାନଙ୍କ ନିମନ୍ତର ୩୩% ଆସନ ସଂରିକ୍ଷିତ ରଖିବା ପାଇଁ ଏକ ଐତିହାସିକ କଥା ଉପସ୍ଥାପନା କରି ସମଗ୍ର ଭାରତ ବର୍ଷରେ ସୁନାମ ଆଣିଥିବା କଥା କହିଥିଲେ ।

ସେହିପରି ଢେଙ୍କାନାଳ ନିର୍ବାଚନମଣ୍ଡଳିର ଗଁନ୍ଦିଆ ମିନି ଷ୍ଠାଡିୟମ ଠାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜୟନ୍ତୀ ପାଳିତ ହୋଇଯାଛି । ଏଥି ନିମନ୍ତେ ସେଠାରେ ଗଁନ୍ଦିଆ ବ୍ଲକ ସଭାପତି ବିଶ୍ୱନାଥ ଜେନାଙ୍କ ସଭାପତିତ୍ୱରେ ଆୟୋଜିତ ଏକ ସାଧାରଣ ସଭାରେ ଢେଙ୍କାନାଳ ବିଧାୟକ ସୁଧିର କୁମାର ସାମଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜୁବାବୁଙ୍କର ସ୍ୱପ୍ନର ଓଡିଶା ଗଠନରେ ତାଙ୍କର ସୁପୁତ୍ର ତଥା ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖି କାର୍ଯ୍ୟର କଥାକୁ କହିବା ସହ ସରକାର ବିଭିନ୍ନ ଯୋଜନା ଗୁଡିକର ଉପକାରିତା ସାଧାରଣ ଲୋକମାନଙ୍କ ନିକଟରେ ପହଂଚାଇ ସେମାନଙ୍କର ସେବା କରିବା ସହ ଆଜିର ଦିନରେ ଲୋକମାନେ ଉପକୃତ ହେବା ସରକାରଙ୍କର ମୁଖ୍ୟ ଉଦେଶ୍ୟବୋଲି ପ୍ରକାଶ କରିଥିଲେ । ଅନ୍ୟତମ ଅତିଥିଭାବେ ଢେଙ୍କାନାଳ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ରାଜ୍ୟ ଯୁବ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ ବିଜୟ କୁମାର ନାୟକ ଯୋଗଦେଇ ପଂଚାୟତ ଦିବସ ଅବସରରେ ଜିଲ୍ଲାର ସମସ୍ତ ପଂଚାୟତର ପ୍ରତିନିଧିମାନଙ୍କୁ ଅଭିନନ୍ଦନ ଓ ଶୁଭେଛା ଜଣାଇବା ସହିତ ବିଜୁ ବାବୁଙ୍କର ରାଜନୈତିକ ଜୀବନରେ ସେ କିଭଳି ନିଜକୁ ସର୍ବଦା ଜଣେ ଓଡିଆ ଭାବରେ ସ୍ୱାଭିମାନ ବଂଚାଇବା ସହ ଓଡିଶାର ଉନ୍ନତି ନିମନ୍ତେ କାର୍ଯ୍ୟକରୁଥିଲେ ।

ତାଙ୍କର ଚିନ୍ତା ଧାରାକୁ ବାସ୍ତବ ରୁପ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଦା ସର୍ବଦା ଚେଷ୍ଟିତ । ଏଥିପାଇଁ ସରକାର ବିଭିନ୍ନ ଯୋଜନାମାନ ପ୍ରଣୟନ କରି ଆଜି ଓଡିଶାକୁ ଏକନମ୍ବର ଜାଗାରେ ପହଂଚାଇ ପାରିଛନ୍ତି । ଆମେ ସମସ୍ତେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଧାରକୁ ପ୍ରତ୍ୟକ ବ୍ୟକ୍ତି ନିକଟରେ ପହଞ୍ଚାଇବା ବୋଲି କର୍ମୀମାନଙ୍କୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଯୁବ ବିଜେଡି ଗଁନ୍ଦିଆ ସଭାପତି ପ୍ରଦୀପ କୁମାର ରାଉତ ପରିଚାଳନା କରୁଥିବା ବେଳେ ରାଜ୍ୟ ବିଜୁ ଜନତାଦଳ ସାଧାରଣ ସମ୍ପାଦକ ହର୍ଷବର୍ଦ୍ଧନ ସିଂହଦେଓ, ରାଜ୍ୟ ମହିଳା ଉପସଭା ନେତ୍ରୀ ସାଗରିକା ମିଶ୍ର, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ନରୋତମ ସାହୁ, ଗନ୍ଦିଆ ବ୍ଲକ ଅଧ୍ୟକ୍ଷା ଗୀତାଞ୍ଜଳୀ ଭୁୟାଁ, ସଦର ବ୍ଲକ ଅଧ୍ୟକ୍ଷା ପଦ୍ମନୀ ନାଏକ, ଗନ୍ଦିଆ ବ୍ଲକ ଉପାଧ୍ୟକ୍ଷ ପ୍ରଫୁଲ କୁମାର ସାହୁ,ଜିଲ୍ଲା ସଧାରଣ ସମ୍ପାଦକ ଦେବାଶିଷ ମିଶ୍ର, ଜିଲ୍ଲା ମହିଳା ଉପସଭାପତି ରୁବି ବିଶ୍ୱାଳ, ଗନ୍ଦିଆ ବ୍ଲକ ମହିଲା ସଭାପତି ଶୁଭଦର୍ଶିନୀ ପରିଡା, ରାଜ୍ୟ ଛାତ୍ର ବିଜେଡି ସମ୍ପାଦକ ଶଶିକାନ୍ତ ମିଶ୍ର, ଜିଲ୍ଲା ଛାତ୍ର ବିଜେଡି ସଭାପତି ସୁରଜ ମହାପାତ୍ର, ମହିଳା ବିଜେଡି ସଭାନେତ୍ରୀ ସାଇଶ୍ରୀ ପଟ୍ଟନାୟକ,ସଦର ବ୍ଲକ ସଭାପତି ବିଭୁପ୍ରସାଦ ଦେହୁରି, ଯୁବ ନେତା ସୁଧାଶୁଂ କୁମାର ଦଳେଇ , ଆଇଟି ସଂଯୋଜକ ଗଙ୍ଗାଧର ରାଉତ, ଯୁବ ବିଜେଡି ନଗର ସଭାପତି ବିନୋଦ କୁମାର ମହାନ୍ତି, ମହିଳା ସମ୍ପାଦିକା ଉର୍ବଶି ମହାପାତ୍ର, ମହିଲା ସମ୍ପାଦିକା ତିଲୋତ୍ତମା ଚୌଧୁରୀ, ମହିଳା ନଗର ସଭାନେତ୍ରୀ ଶିୁଭଲକ୍ଷ୍ମୀ ସାହୁ, ମାମିନା ଦିକ୍ଷିତ, ପୁର୍ଣ୍ଣମା ଚାନ୍ଦ ସାହୁ, ଜିଲ୍ଲା ଉପସଭାପତି ଅଫଜଲ୍ଲ ମହମ୍ମଦ ଅଲ୍ଲୀ, ଦେବୀ ପ୍ରସାଦ ଭୁତିଆ, ଶ୍ରୀକାନ୍ତ କୁମାର ଧଳ, ଦେବୀ ଶଙ୍କର ଶର୍ମା, ନିଗମା ନନ୍ଦ , ରଞନ କୁମାର ନାୟକ, ଅବଦୁଲ ବାରୀ, ରୁଦ୍ରାନ୍ତ ଦଳେଇ, ମହମ୍ମଦ ସାଗିରଙ୍କ ସମେତ ବହୁ ମହିଳା, ଯୁବ ଓ ଛାତ୍ର କର୍ମକର୍ତା ଉପସ୍ଥିତ ରହିଥିଲେ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ONA Khabar