ଢେଙ୍କାନାଳ : ମହାନ ଜନ ନାୟକ, ପ୍ରବାଦ ପୁରୁଷ ଓ ଜଣେ ସାଲିସ ବିହିନ ରାଷ୍ଟ୍ରନୀତିଜ୍ଞ, ଚିନ୍ତା ନାୟକ, ଓଡିଆ ମାନଙ୍କର ସ୍ୱାଭିମାନର ପ୍ରତିକ ପ୍ରତ୍ୟକ ଓଡିଆର ଘରେ ଘରେ ପରିଚିତ ଏବଂ ସମସ୍ତ ଓଡିଶା ବାସୀଙ୍କର ଅତିପ୍ରୀୟ ଥିଲେ ବିଜୁବାବୁ । ତାଙ୍କର ଅନେକଗୁଡିଏ ଅଭୁଲା କଥା ଆଜିବି ମନେ ପଡିଯାଉଛି । ତାଙ୍କ ଭିତରେ ଜାତି, ଗୋତ୍ର, ଛୁଆଁ ଅଛୁଆଁର ଭେଦଭାବ ନଥିଲା । କେବଳ ଥିଲା ମଣିଷ ପାଇଁ ସ୍ନହ ଓ ଶ୍ରଦ୍ଧା । ତାଙ୍କର ୧୦୫ତମ ଜନ୍ମ ଜୟନ୍ତୀରେ ରାଜ୍ୟ ସରକାର ତାଙ୍କର ଏହି ଜନ୍ମ ଜୟନ୍ତିକୁ ପଂଚାୟତ ରାଜ ଓ ଲୋକସେବା ଦିବସ ଭାବେ ପାଳନ କରୁଛନ୍ତି । ପଞ୍ଚାୟତ ରାଜ ବ୍ୟବସ୍ଥାକୁ ଶକ୍ତିଶାଳୀ କରିବାପାଇଁ ମୋ ସରକାରରେ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଗଣତନ୍ତ୍ରରେ ଲୋକମାନଙ୍କୁ ସବୁବେଳେ ବିଜୁବାବୁ ଗୁରତ୍ୱ ଦେଉଥିଲେ ବୋଲି ଶୁକ୍ରବାର ଢେଙ୍କାନାଳ ବିଜୁ ଜନତାଦଳ ଜିଲ୍ଲା କାର୍ଯ୍ୟଳୟଠାରେ ନଗର ସଭାପତି ଇନ୍ଦ୍ରମଣି ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ୧୦୫ତମ ବିଜୁ ଜୟନ୍ତୀରେ ମୁଖ୍ୟ ଅତିଥିଭାବେ ରାଜ୍ୟ ଖଣି,ଇସ୍ପାତ ଓ ପୂର୍ତ୍ତମନ୍ତ୍ରୀ ପ୍ରଫୁଲ କୁମାର ମଲ୍ଲିକ ଯୋଗଦେଇ ତାଙ୍କର ବକ୍ତବ୍ୟ ରଖିଥିଲେ ।