Monday, 16 Sep, 7.19 pm ONA Khabar

ଓଡ଼ିଶା
୧୬ଟି ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ବଜ୍ରପାତ ଆଶଙ୍କା ରହିଛି | ତେବେ ଏନେଇ ୧୬ଟି ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ବଲାଙ୍ଗୀର, ସୋନପୁର, ବରଗଡ଼, ସମ୍ବଲପୁର, ଝାରସୁଗୁଡା, ଦେବଗଡ଼, ଅନୁଗୁଳ, ଢ଼େଙ୍କାନାଳ, କେନ୍ଦୁଝର, ମୟୁରଭଞ୍ଜ, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, କଳାହାଣ୍ଡି ଓ ଗଞ୍ଜାମ ଆଦି ରହିଛି।

ସେହିପରି ୧୭ରୁ ୧୮ ତାରିଖ ମଧ୍ୟରେ କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ଗଞ୍ଜାମ, କନ୍ଧମାଳ, ମୟୁରଭଞ୍ଜ, ଭଦ୍ରକ, ଢ଼େଙ୍କାନାଳ ଓ ଗଜପତି ଏବଂ ୧୮ରୁ ୧୯ ତାରିଖ ମଧ୍ୟରେ ପୁରୀ, ଖୋର୍ଦ୍ଧା, ନୟାଗଡ଼, ଜଗତସିଂହପୁର, ଗଞ୍ଜାମ, ଗଜପତି, କନ୍ଧମାଳ, କେନ୍ଦ୍ରାପଡ଼ା ଓ କଟକ ଆଦି ଜିଲ୍ଲାକୁ ବଜ୍ରପାତ ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି।
୧୯ରୁ ୨୧ ତାରିଖ ପର୍ଯ୍ୟନ୍ତ ମାଲକାନଗିରି, କୋରାପୁଟ, ଗଜପତି, ମୟୁରଭଞ୍ଜ, ଗଞ୍ଜାମ, ପୁରୀ ଓ ବାଲେଶ୍ୱର ଆଦି ଜିଲ୍ଲାକୁ ପ୍ରବଳ ବର୍ଷା ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି।

ଭାରତ ସହ ଆଲୋଚନା ପାଇଁ ପାକ୍‌ ଉପରେ ଚାପ

ଆସିପାରିଲାନି ଆମ୍ବୁଲାନ୍ସ, ୩କିମି ଚାଲି ଚାଲି ମେଡିକାଲ ଗଲେ ଗର୍ଭବତୀ

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: ONA Khabar
Top