ଦେବଗଡ଼ : ଡକାୟତି ପାଇଁ ପ୍ରସ୍ତୁତି ଚଳାଇଥିବା ବେଳେ ବାରକୋଟ ଥାନା ପୁଲିସ ୩ ଜଣ ମୋଷ୍ଟ ୱାଣ୍ଟେଡ ପିଏଲ୍ଏଫ୍ଆଇ ସଦସ୍ୟଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ବିଭିନ୍ନ ମାରଣାସ୍ତ୍ର ଜବତ କରିଛି । ଏ ସମ୍ପର୍କରେ ଆଜି ଜିଲ୍ଲା ପୁଲିସ ମୁଖ୍ୟାଳୟଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦେବଗଡ଼ ଏସ୍ପି ରାହୁଲ ଜୈନ ସୂଚନା ଦେଇଛନ୍ତି । ସେମାନେ ହେଲେ ଝାରଖଣ୍ଡର ଖୁଣ୍ଟି ଜିଲ୍ଲା ଗୁଫୁ ଗ୍ରାମର ମଣ୍ଟୁ ଓରଫ ଯୋଗେଶ୍ୱର ସିଂ (୩୦), ସିମଡେଗା ଜିଲ୍ଲା ଟୁନିଆ ଗ୍ରାମର ମୁନ୍ନା ଓରଫ ମନୋଜ କାଣ୍ଡୁଲାନା(୨୩) ଓ ସୁନ୍ଦରଗଡ଼ ଜିଲ୍ଲା ବଣାଇଁ ଥାନା ଅନ୍ତର୍ଗତ ପଣ୍ଡୁଆ ଗ୍ରାମର ମୁନ୍ନା ଓରଫ ଦିଲ୍ଲୀପ କେଶରୀ (୩୨) । ଗତ ୧୨ ତାରିଖ ରାତିରେ ବାରକୋଟ ଥାନା ଆମ୍ବଗାଁ ଠାରେ ଥିବା ଏକ ପରିତ୍ୟକ୍ତ ଛାତ୍ରାବାସରେ ଏକାଧିକ ବ୍ୟକ୍ତି ମାରଣାସ୍ତ୍ର ସହ ଡକାୟତି ପାଇଁ ଯୋଜନା କରୁଥିଲେ ।