Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
୩୦କୁ ଘୁଞ୍ଚିଲା ସିୟୁଓ ଅନ୍‌ଲାଇନ୍ ଆବେଦନ

୩୦କୁ ଘୁଞ୍ଚିଲା ସିୟୁଓ ଅନ୍‌ଲାଇନ୍ ଆବେଦନ

ONA Khabar 4 years ago

କୋରାପୁଟ: ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରଦାନ କରାଯାଉଥିବା ବିଭିନ୍ନ ଅଣ୍ଡର ଗ୍ରାଜୁଏଟ,ପୋଷ୍ଟ ଗ୍ରାଜୁଏଟ,ଇଣ୍ଟିଗ୍ରେଟେଡ୍ ପୋଷ୍ଟ ଗ୍ରାଜୁଏଟ ଏବଂ ଗବେଷଣା କାର୍ଯ୍ୟକ୍ରମରେ ନାମଲେଖା ପାଇଁ ଅନଲାଇନ ଆବେଦନ ଫର୍ମଦାଖଲ କରିବାର ଶେଷ ତାରିଖ ସେପ୍ଟେମ୍ବର ୨୦ ତାରିଖ ଥିବା ବେଳେ ଏହାକୁ ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ପ୍ରଫେସର ଶରତ କୁମାର ପଳିତା କୋରାପୁଟ ଦକ୍ଷତା ବୃଦ୍ଧି ତାଲିମ କେନ୍ଦ୍ର ସଭାଗୃହଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।

ଯେଉଁ ପ୍ରାର୍ଥୀମାନଙ୍କର ଫଳାଫଳ ଏ ପର୍ଯ୍ୟନ୍ତ ଘୋଷିତ ହୋଇ ନାହିଁ ସେମାନେ ମଧ୍ୟ ଅନ୍‌ଲାଇନ୍ ଆବେଦନ ପଞ୍ଜୀକରଣ କରିପାରିବେ କିନ୍ତୁ ସେମାନଙ୍କୁ ଶେଷ ତାରିଖ ପୂର୍ବରୁ ସିୟୁଓ ଅନ୍‌ଲାଇନ୍ ଆଡମିଶନ ଅନଲାଇନ ପୋର୍ଟାଲରେ ଯୋଗ୍ୟତା ପରୀକ୍ଷାର ଶତକଡା ଅପଲୋଡ/ଅପଡେଟ କରିବାକୁ ପଡିବ ବୋଲି ସେ ସୂଚନା ଦେଇଛନ୍ତି । ଅନ୍‌ଲାଇନ୍ ଆବେଦନ ସମୟରେ ବର୍ତ୍ତମାନ ସତ୍ୟପାଠ ବାଧ୍ୟତାମୂଳକ ନୁହେଁ । ଛାତ୍ରମାନେ ବର୍ତ୍ତମାନ ଏହାକୁ ଦେଇ ପାରିବେ କିମ୍ବା ସେମାନେ ଆଡ୍‌ମିଶନ ସମୟରେ ଏହାକୁ ଦାଖଲ କରିପାରିବେ ବୋଲି ସେ ପ୍ରକାଶ କରିଛନ୍ତି । ସେଡ୍ୟୁଲ୍ଡ୍ ଅଞ୍ଚଳରୁ ଶେଷ ଯୋଗ୍ୟତା ଅର୍ଜନ କରିଥିବା ପ୍ରାର୍ଥୀମାନେ ଅତିରିକ୍ତ ୦୫ ମାର୍କ ପାଇବେ । ଅନୂସୂଚିତ ଅଞ୍ଚଳ(ବିହାର, ଗୁଜୁରାଟ, ମଧ୍ୟପ୍ରଦେଶ ଏବଂ ଓଡିଶା ସ୍ଥିତି) ଆଦେଶ ୧୯୭୭ ଶୀର୍ଷକ ସଂଶୋଧିତ ଆଇନ ଅନୁଯାୟୀ ଅବିଭକ୍ତ କୋରାପୁଟ ଜିଲ୍ଲାରୁ ଶେଷ ଯୋଗ୍ୟତା ଅର୍ଜନ କରିଥିବା ପ୍ରାର୍ଥୀମାନେ ଏହି ସୁବିଧା ପାଇପାରିବେ ବୋଲି ସେ ସୂଚନା ଦେଇଛନ୍ତି । ସାମ୍ବାଦିକ ସମ୍ମିଳନୀରେ ବିଶ୍ୱବିଦ୍ୟାଳୟର କୁଳ ସଚିବ ପ୍ରଫେସର ଅସିତ କୁମାର ଦାସ, ପରୀକ୍ଷା ନିୟନ୍ତ୍ରକ ଡ. ରାମଶଙ୍କର ଓ ଲୋକ ସଂପର୍କ ଅଧିକାରୀ ଡ. ଫଗୁନାଥ ଭୋଇ ଉପସ୍ଥିତ ଥିଲେ ।

The post ୩୦କୁ ଘୁଞ୍ଚିଲା ସିୟୁଓ ଅନ୍‌ଲାଇନ୍ ଆବେଦନ appeared first on ONA KHABAR.

Dailyhunt
Disclaimer: This content has not been generated, created or edited by Dailyhunt. Publisher: ONA Khabar