କୋରାପୁଟ: ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରଦାନ କରାଯାଉଥିବା ବିଭିନ୍ନ ଅଣ୍ଡର ଗ୍ରାଜୁଏଟ,ପୋଷ୍ଟ ଗ୍ରାଜୁଏଟ,ଇଣ୍ଟିଗ୍ରେଟେଡ୍ ପୋଷ୍ଟ ଗ୍ରାଜୁଏଟ ଏବଂ ଗବେଷଣା କାର୍ଯ୍ୟକ୍ରମରେ ନାମଲେଖା ପାଇଁ ଅନଲାଇନ ଆବେଦନ ଫର୍ମଦାଖଲ କରିବାର ଶେଷ ତାରିଖ ସେପ୍ଟେମ୍ବର ୨୦ ତାରିଖ ଥିବା ବେଳେ ଏହାକୁ ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ପ୍ରଫେସର ଶରତ କୁମାର ପଳିତା କୋରାପୁଟ ଦକ୍ଷତା ବୃଦ୍ଧି ତାଲିମ କେନ୍ଦ୍ର ସଭାଗୃହଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।