Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
୪.୮୮ ଲକ୍ଷ ଗୃହପାଳିତ ପଶୁ ପ୍ରଭାବିତ

୪.୮୮ ଲକ୍ଷ ଗୃହପାଳିତ ପଶୁ ପ୍ରଭାବିତ

ONA Khabar 1 week ago

ଭୁବନେଶ୍ୱର: ୯ ଜିଲ୍ଲାର ୪ ଲକ୍ଷ ୮୮ ହଜାର ଗୃହପାଳିତ ପଶୁ ବନ୍ୟା ପ୍ରଭାବିତ । ଏନେଇ ସୂଚନା ଦେଲେ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ୫୮ ଭେଟେନାରୀ ଟିମ ନିୟୋଜିତ ହୋଇଛନ୍ତି । ୨୪୫ ସ୍ଥାନରେ ସ୍ୱାସ୍ଥ୍ୟ କ୍ୟାମ୍ପ କରାଯାଇଛି । ୧୫ ହଜାର ପଶୁଙ୍କୁ ଚିକିତ୍ସା ସହ ୨୬୩ ମେଟ୍ରିକ ଟନ ଖାଦ୍ୟ ଦିଆଯାଇଛି । ରାଜ୍ୟରେ କିଛି ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ବନ୍ୟା ପରିସ୍ଥିତି ଉପୁଜିଛି ।

ଘରେ ଘରେ ଆଣଣ୍ଠୁଏ ଉଚ୍ଚର ପାଣି ଲହଡୀ ମାରୁଛି । ଏନେଇ ଜିଲ୍ଲା ପ୍ରଶାସନ ତତ୍ପରତା ଦେଖାଇ ବନ୍ୟା ପ୍ଲାବିତ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଉଦ୍ଧାର କରିବା ସହ ସେମାନଙ୍କୁ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯାଇଛି । କେବଳ ଲୋକମାନଙ୍କୁ ନୁହେଁ, ଗୃହପାଳିତ ପଶୁଙ୍କୁ ମଧ୍ୟ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆକାଶ ମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କରିଛନ୍ତି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ONA Khabar