Dailyhunt
୪ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଘଟଣା : ଅଭିଯୁକ୍ତ ପାଇଁ ମୃତ୍ୟୁଦଣ୍ଡ ଦାବି କଲେ ମୃତ ଶିଶୁର ପିତା

୪ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଘଟଣା : ଅଭିଯୁକ୍ତ ପାଇଁ ମୃତ୍ୟୁଦଣ୍ଡ ଦାବି କଲେ ମୃତ ଶିଶୁର ପିତା

ONA Khabar 1 week ago

ପୁଣେ: ମହାରାଷ୍ଟ୍ରର ପୁଣେ ଜିଲ୍ଲାର ନସ୍ରାପୁରରେ ଜଣେ ୪ ବର୍ଷର ଶିଶୁକନ୍ୟାକୁ ଅତି ବର୍ବରତାର ସହିତ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି। ଏହି ଘଟଣାକୁ ନେଇ ମହାରାଷ୍ଟ୍ରରେ ରାଜନୀତି ମଧ୍ୟ ତୀବ୍ର ହୋଇଛି। ତେବେ ରବିବାର ମୃତ ଶିଶୁର ପିତା ତାଙ୍କ ଝିଅ ସହିତ ଏପରି ବର୍ବରତା କରିଥିବା ଅଭିଯୁକ୍ତ ପାଇଁ ମୃତ୍ୟୁଦଣ୍ଡ ଦାବି କରିଛନ୍ତି।

ଏହାସହିତ ତାଙ୍କ ଝିଅକୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ରାଜନେତାମାନେ ତାଙ୍କ ଘରକୁ ନ ଆସିବାକୁ ନିବେଦନ କରିଛନ୍ତି। ଝିଅର ଅସ୍ଥି ବିସର୍ଜନ ପାଇଁ ମୃତ ଶିଶୁର ବାପା ଦେହୁରେ ଥିବାବେଳେ ଯେପର୍ଯ୍ୟନ୍ତ ତାଙ୍କ ଝିଅ ନ୍ୟାୟ ପାଇନାହିଁ ଓ ଅଭିଯୁକ୍ତକୁ ମୃତ୍ୟୁଦଣ୍ଡ ଦିଆଯାଇନାହିଁ ସେପର୍ଯ୍ୟନ୍ତ କୌଣସି ରାଜନେତା ତାଙ୍କ ଘରକୁ ଭେଟିବାକୁ ନଆସନ୍ତୁ ବୋଲି କହିଛନ୍ତି। ଶୁକ୍ରବାର ପୁଣେର ଭୋର୍‌ ତହସିଲ୍‌ରେ ଏପରି ବର୍ବରକାଣ୍ଡ ଘଟିଥିଲା। ୬୫ ବର୍ଷୀୟ ଭୀମରାଓ କାମ୍ବଲେ ଖରା ଛୁଟିରେ ଆଈଘରକୁ ବୁଲିବାକୁ ଆସିଥିବା ଜଣେ ୪ ବର୍ଷର ନିରୀହ ଶିଶୁକୁ ଖାଦ୍ୟର ଲୋଭ ଦେଖାଇ ଏକ ଗୁହାଳକୁ ନେଇ ଯାଇଥିଲା ଓ ସେଠାରେ ତାକୁ ଦୁଷ୍କର୍ମ କରିବା ପରେ ପଥରରେ ଛେଚି ହତ୍ୟା କରିଥିଲା।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ONA Khabar