Saturday, 14 Dec, 7.03 pm ONA Khabar

ଓଡ଼ିଶା
୫୩ ତମ ଫୁଟବଲ ଟୁର୍ଣ୍ଣାମେଣ୍ଟ : ଫାଇନାଲରେ ଇଲେଭେନ୍ ଷ୍ଟାର ବଲାଙ୍ଗିର ଓ ସ୍ପୋର୍ଟ୍ସ ହଷ୍ଟେଲ ଭବାନି ପାଟଣା

ବଲାଙ୍ଗିର(ଦେବାଶିଷ ମିଶ୍ର) ବଲାଙ୍ଗିର ନିକଟସ୍ଥ ସଦାଇପାଲି ପଲ୍ଲିଶ୍ରୀ ଷ୍ଟାଡିୟମ ଠାରେ ସାଇଟ ସ୍ପୋର୍ଟ୍ସ ସୋସାଇଟି ଆନୁକୁଲ୍ୟରେ ଅନୁଷ୍ଠିତ ୫୩ ତମ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆଜି ପ୍ରଥମ ଖେଳରେ ଇଲେଭେନଷ୍ଟାର ବଲାଙ୍ଗିର ୨-୧ ଗୋଲରେ ହୋମଗାର୍ଡ ଅନୁଗୁଲ କୁ ହରାଇ ପ୍ରଥମ ଦଳ ଭାବେ ଫାଇନାଲରେ ପ୍ରବେଶ କଲା । ସେହିପରି ଦ୍ୱିତୀୟ ଖେଳ ସ୍ପୋର୍ଟ୍ସ ହଷ୍ଟେଲ ଭବାନିପାଟଣା ବନାମ ପଦ୍ମଶ୍ରୀ ସ୍ପୋଟିଂ ଫୁଲବାଣି ଖେଳ ନିର୍ଦ୍ଧାରିତ ସମୟ ମଧ୍ୟରେ ଡ୍ର ରହିଥିଲା । ଟ୍ରାଇବ୍ରେକରରେ ୪-୩ ଗୋଲରେ ଭବାନିପାଟଣା ବିଜୟୀ ହୋଇ ଦ୍ୱିତୀୟ ଦଳଭାବେ ଫାଇନାଲକୁ ପ୍ରବେଶ କଲା । ଅତିଥିଭାବେ ପୁର୍ବତନ ଖେଳାଳୀ କପିଲେଶ୍ୱର ପାଣିଗ୍ରାହୀ, ବଲାଙ୍ଗିର ଜିଲ୍ଲା ଫୁଟ୍‌ବଲ କୋଚ ପରାସର ବାଗ, ରାମଜୀ ଯୁବକ ସଂଘ ସଭାପତି, ଡ. ପ୍ରମୋଦ କୁମାର ମିଶ୍ର, ରୟାଲ ସ୍ପୋଟିଂ ସୋନପୁର ଅଧ୍ୟକ୍ଷ ରାକେଶ ନାଗ, କ୍ରିଡାସଂଗଠକ ସୁବୋଧ ବାଗ ଓ ଶ୍ରୀଧର ସେଠ୍ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ଆୟୋଜନ କମିଟର ଅଧ୍ୟକ୍ଷ ଡ. ଶ୍ରୀକର ମିଶ୍ର, ସମ୍ପାଦକ ଇଂ ନାରାୟଣ ପ୍ରସାଦ ମିଶ୍ର, ସାଙ୍ଗଠାନିକ ସମ୍ପାଦକ ଡ. ସିଦ୍ଧେଶ୍ୱର ମିଶ୍ର, କୋଷାଧ୍ୟକ୍ଷ ଆଦିତ୍ୟ ପଟ୍ଟନାୟକ ମଂଚାସୀନ ଥିଲେ । ଖେଳକୁ ନରର୍ସିଂ ସ୍ୱାମୀ ନାଇଡୁ, ଶରତ ନନ୍ଦ, ସୁବ୍ରତ ପୁରୋହିତ, ନିସାରକାନ୍ତ ନାଗ, ଦେବରାଜ ନାହାକ ଓ ସୁଦର୍ଶନ ସେଠ ପରିଚାଲନା କରିଥିଲେ । ୧୫ ତାରିଖ ଅପରାହ୍ନ ୩ ଘଣ୍ଟା ସମୟରେ ଫାଇନାଲ ଖେଳ ଇଲେଭେନ୍ ଷ୍ଟାର ବଲାଙ୍ଗିର ବନାମ ସ୍ପୋର୍ଟ୍ସ ହଷ୍ଟେଲ ଭବାନିପାଟଣା ମଧ୍ୟରେ ହେବ ବୋଲି ଆୟୋଜକ ପ୍ରକାଶ କରିଛନ୍ତି ।

କୁହୁଡି ପାଇଁ ବିମାନଯାତ୍ରୀ ହନ୍ତସନ୍ତ

ହୀରାକୁଦ ନିଷିଦ୍ଧାଞ୍ଚଳରେ ଭିଡିଓ ଭାଇରାଲ ପ୍ରସଙ୍ଗରେ କ୍ଷମା ମାଗିଲେ.

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: ONA Khabar
Top