Dailyhunt
୬ ୱିକେଟ୍ ରେ ପରାସ୍ତ ହେଲା କୋଲକାତା

୬ ୱିକେଟ୍ ରେ ପରାସ୍ତ ହେଲା କୋଲକାତା

ONA Khabar 5 years ago

ନୂଆଦିଲ୍ଲୀ: ଚଳିତ ଆଇପିଏଲ୍‌ର ୪୯ତମ ମ୍ୟାଚରେ କୋଲକାତାକୁ ୬ ୱିକେଟରେ ପରାସ୍ତ କଲା ଚେନ୍ନାଇ ସୁପର କିଙ୍ଗସ୍‌ । ଦ୍ବିତୀୟ ପାଳିରେ ଚେନ୍ନାଇ ୧୭୩ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ୨୦ଓଭରରେ ୪ ୱିକେଟ ହରାଇ ୧୭୮ ରନ୍‌ କରି ବିଜୟ ହାସଲ କରିଛି । ଚେନ୍ନାଇ ପକ୍ଷରୁ ପ୍ରଥମରୁ ଦୃଢ ବ୍ୟାଟିଂ ଦେଖିବାକୁ ମିଳିଥିଲା ରୁତୁରାଜ ଗାଏକୱାଡ ୫୩ ବଲରେ ୭୨ ରନ୍‌ କରିଥିବା ବେଳେ ଅମ୍ବାତି ରାୟୁଡୁ ୨୦ ବଲରେ ୩୮ ରନ୍‌ କରିଥିଲେ । ସେହିପରି ଶେଷରେ ରବିନ୍ଦ୍ର ଜାଡେଜାଙ୍କ ମାତ୍ର ୧୧ ବଲରେ ୩୧ ରନ୍‌ କରି ଚେନ୍ନାଇକୁ ଏହି ବିଜୟ ଦେଇଥିଲେ । ଅନ୍ୟପଟେ କୋଲକାତା ପକ୍ଷରୁ ବରୁଣ ଚକ୍ରବର୍ତ୍ତୀ ଓ ପ୍ୟାଟ୍ କମିନ୍ସ ୨-୨ଟି ୱିକେଟ ହାସଲ କରିଥିବା ବେଳେ ଅନ୍ୟ ୪ ଜଣ ବୋଲର କୌଣସି ୱିକେଟ ନେବା‌ରେ ସକ୍ଷମ ହୋଇ ନଥିଲେ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ONA Khabar