Sunday, 24 Jan, 9.43 am ONA Khabar

ହୋମ
ଆଜି ବ୍ରହ୍ମପୁର ମହାନଗର ନିଗମ କାର୍ଯ୍ୟାଳୟରେ ଜିଲ୍ଲା ପ୍ରଶାସନ ତରଫରୁ ଉଚ୍ଚସ୍ତରୀୟ ବୈଠକ

ବ୍ରହ୍ମପୁର : ବ୍ରହ୍ମପୁର ବିଏମସି କାର୍ଯ୍ୟଳୟରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ବ୍ରହ୍ମପୁର ବିଧାୟକ ଶ୍ରୀଯୁକ୍ତ ବିକ୍ରମ କୁମାର ପଣ୍ଡା ଓ ନିଗମ କମିଶନରଙ୍କ ଉପସ୍ଥିତିରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ଏହି ଵୈଠକରେ ମହାନଗର ନିଗମ ଅଞ୍ଚଳରେ ସୌନ୍ଦର୍ଯ୍ୟ କରଣ ନିମନ୍ତେ ୩୮ କୋଟି ଟଙ୍କାର ଏକ ଅଟକଳକୁ ମଞ୍ଜୁର କରାଯାଇଛି । ଏଥିରେ ବ୍ରହ୍ମପୁର ସହରରେ ଥିବା ଓପନସ୍ପେସ ଗୁଡିକ ସୌନ୍ଦର୍ଯ୍ୟକରଣ, ରାମଲିଙ୍ଗମ ପୋଖରୀ ପରି ସହରରେ ଥିବା ଅନ୍ୟ ପୋଖରୀଗୁଡ଼ିକର ସୌନ୍ଦର୍ଯ୍ୟକରଣ ଉପରେ ଆଲଚନା କରାଗଲା ।

ଯେଉଁମାନେ ଆବର୍ଜନା ରୋଡ ଉପରେ ପକାଉଛନ୍ତି, ସେମାନଙ୍କ ଠାରୁ ଫାଇନ ଆଦାୟ କରାଯାଇ ସେହିରାଶିରେ ହିଁ ତାଙ୍କୁ ଡଷ୍ଟବିନ ପ୍ରଦାନ କରାଯିବ ବୋଲି ବୈଠକରେ ସ୍ଥିର ହୋଇଛି । ରୋଡ, ଡ୍ରେଇନ, ପାର୍କ, ମାଛ ମାର୍କେଟ ସୌନ୍ଦର୍ଯ୍ୟକରଣ କରି ସ୍ମାର୍ଟ ସିଟି ନିମନ୍ତେ ଏହି ଅର୍ଥ ସ୍ଥିର କରାଯାଇଛି ବୋଲି କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟା ଅମ୍ବୃତ୍ତା କୁଲାଙ୍ଗେ ଏବଂ ନିଗମ କମିଶନର ଡ. ସିଧେଶ୍ୱର ବଳିରାମ ବନ୍ଧର ସେହିପରି ରେଶମ ସହରକୁ ସବୁଜ ସୁନ୍ଦର୍ କରିବା ଲକ୍ଷ୍ୟରେ ଉନ୍ନତୀ ମୂଳକ କାର୍ଯ୍ୟଗୁଡ଼ିକ ମାର୍ଚ୍ଚ ସୁଦ୍ଧା ଶେଷ କରିବା ପାଇଁ ସ୍ଥିର କରାଯାଇଛି ବୋଲି କହିଛନ୍ତି ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା କହିଛନ୍ତି ।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: ONA Khabar
Top