କଟକ : ମାଲବାହୀ ଯାନରେ ଯାତ୍ରୀ ପରିବହନ ବିରୋଧରେ ରାଜ୍ୟବ୍ୟାପୀ କଠୋର କାର୍ଯ୍ୟାନୁଷ୍ଠାନ । ପ୍ରଥମ ଦିନରେ ୭୧ଟି ଯାନ ଅଟକ, ୨୪ଟି ଜବତ ଏବଂ ୧୦୯ଟି ନିୟମ ଉଲ୍ଲଂଘନ ଚିହ୍ନଟ ହୋଇଛନ୍ତି । ସମସ୍ତ ସଡ଼କ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମାଲବାହୀ ଯାନରେ ବେଆଇନ ଯାତ୍ରୀ ପରିବହନ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ । ୧ ହଜାର ୫୨ଟି ଯାନ ଯାଞ୍ଚ କରାଯାଇଥିବା ବେଳେ ୧୦୯ଟି ମାମଲାରେ ନିୟମ ଉଲ୍ଲଂଘନ ଚିହ୍ନଟ କରାଯାଇ ଚାଲାଣ ଜାରି କରାଯାଇଛି ।
୭୧ଟି ଯାନକୁ ଅଟକ ରଖାଯାଇଥିବା ବେଳେ ୨୪ଟି ଯାନକୁ ଜବତ କରାଯାଇଛି । ଏହାସହ ୭୯ଟି ଯାନର RC ରଦ୍ଦ ପାଇଁ ନୋଟିସ୍ ଜାରି କରାଯାଇଥିବା ସହ ୬୨ଟି ଡ୍ରାଇଭିଂ ଲାଇସେନ୍ସ ସସପେଣ୍ଡ କରାଯାଇଛି । ସଚେତନତା ସୃଷ୍ଟି ସହ ସଡ଼କ ଦୁର୍ଘଟଣା ହ୍ରାସ ପାଇଁ ଏହି ବିଶେଷ ଅଭିଯାନ ମେ' ୮ ପର୍ଯ୍ୟନ୍ତ ଚାଲିବ ।

