Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଆସନ୍ତା ୩ରେ ହାଇକୋର୍ଟରେ ହାଜର ହେବେ କଟକ ଜିଲାପାଳ

ଆସନ୍ତା ୩ରେ ହାଇକୋର୍ଟରେ ହାଜର ହେବେ କଟକ ଜିଲାପାଳ

ONA Khabar 6 days ago

ଟକ: ବିଜୁ ପଟ୍ଟନାୟକ ପାର୍କ ସୌନ୍ଦର୍ଯ୍ୟକରଣ ମାମଲାକୁ ନେଇ ଆସନ୍ତା ସେପ୍ଟେମ୍ବର ୩ ତାରିଖରେ ହାଇକୋର୍ଟରେ ହାଜର ହେବେ କଟକ ଜିଲାପାଳ। ପାର୍କର ବିଭିନ୍ନ କାମର ଅଗ୍ରଗତି ନେଇ ଅଦାଲତଙ୍କ ନିର୍ଦ୍ଦେଶ ଅନୁଯାୟୀ ଜିଲାପାଳଙ୍କୁ ହାଜର ହେବାକୁ ପଡ଼ିବ।

ବିଜୁ ପଟ୍ଟନାୟକ ପାର୍କର ସୌନ୍ଦର୍ଯ୍ୟକରଣ ଓ ମୌଳିକ ସୁବିଧା ସମ୍ପର୍କିତ ମାମଲାର ଶୁଣାଣି ସମୟରେ ଶନିବାର କଟକ ମହାନଗର ନିଗମ (କେଏମ୍‌ସି) କମିଶନର ହାଇକୋର୍ଟରେ ନିଜ ପକ୍ଷ ରଖିଥିଲେ।

ପାର୍କରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାମ ସମ୍ପର୍କରେ କୋର୍ଟଙ୍କୁ ଅବଗତ କରାଯାଇଥିଲା।ସିଏମ୍‌ସି ପକ୍ଷରୁ କୋର୍ଟଙ୍କୁ କୁହାଯାଇଛି ଯେ, ବିଜୁ ପଟ୍ଟନାୟକ ପାର୍କର ଆଲୋକୀକରଣ କାମ ଖୁବ୍‌ଶୀଘ୍ର ଶେଷ କରାଯିବ। ଏଥିସହ ପାର୍କରେ ଆବଶ୍ୟକ ଅନ୍ୟାନ୍ୟ ମୌଳିକ ସୁବିଧା ସମ୍ପର୍କିତ କାମ ମଧ୍ୟ ଶୀଘ୍ର ସମ୍ପୂର୍ଣ୍ଣ କରାଯିବ ବୋଲି ଅଦାଲତଙ୍କୁ ଅବଗତ କରାଯାଇଛି।

ସୂଚନାଯୋଗ୍ୟ, ଗତ ୨୭ ତାରିଖରେ ହାଇକୋର୍ଟର ଦୁଇଜଣ ବିଚାରପତି ବିଜୁ ପଟ୍ଟନାୟକ ପାର୍କ ପରିଦର୍ଶନ କରି ସେଠାକାର ସ୍ଥିତି ଓ ଚାଲିଥିବା କାମର ଅନୁଧ୍ୟାନ କରିଥିଲେ। ପାର୍କରେ ଆଲୋକୀକରଣ ସମେତ ଅନ୍ୟାନ୍ୟ ମୌଳିକ ସୁବିଧାର ସ୍ଥିତି ନେଇ ଅଦାଲତ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି।ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ସେପ୍ଟେମ୍ବର ୧୦ ତାରିଖରେ ହେବ। ତେବେ ଏହା ପୂର୍ବରୁ ସେପ୍ଟେମ୍ବର ୩ ତାରିଖରେ କଟକ ଜିଲାପାଳ ହାଇକୋର୍ଟରେ ହାଜର ହୋଇ ପାର୍କ ସମ୍ପର୍କିତ ତଥ୍ୟ ଓ ଅଗ୍ରଗତି ନେଇ ଅଦାଲତଙ୍କୁ ଅବଗତ କରିବେ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ONA Khabar