Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଆସୁଛି ବର୍ଷା, ଏହି ୩ ଜିଲ୍ଲାରେ ପ୍ରବଳ ଛେଚିବ !

ଆସୁଛି ବର୍ଷା, ଏହି ୩ ଜିଲ୍ଲାରେ ପ୍ରବଳ ଛେଚିବ !

ONA Khabar 1 week ago

ଭୁବନେଶ୍ୱର: ୩ଟି ଜିଲ୍ଲାରେ ଆହୁରି ବର୍ଷିବ। ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ବରଗଡ଼ରେ ପ୍ରବଳ ବର୍ଷା ହୋଇପାରେ। ଉତ୍ତର ଓଡ଼ିଶା ଓ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବ। ପାଣିପାଗ ବିଭାଗ ଏଭଳି ଆକଳନ କରିଛି। ୩ ଓ ୪ ତାରିଖରେ ଉପକୂଳ ଓ ଉତ୍ତର ଓଡ଼ିଶାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ।ମୟୂରଭଞ୍ଜର ବାଙ୍ଗିରିପୋଷିରେ ସର୍ବାଧିକ ୩୦୯.୨ ମିମି ବର୍ଷା ହୋଇଛି।

ସାରସକଣାରେ ୨୯୭ ମିମି, ବାରିପଦାରେ ୮୩.୮, ରାଇରଙ୍ଗପୁରରେ ୧୬୩, କୁସୁମିରେ ୧୦୩ ମିମି ବର୍ଷା ରେକର୍ଡ ହୋଇଛି। ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ଯୋଗୁ ସୁବର୍ଣ୍ଣରେଖା ଓ ବୁଢାବଳଙ୍ଗ ନଦୀ ଫୁଲିଛି। ସୁବର୍ଣ୍ଣରେଖା ନଦୀ ବିପଦ ସଙ୍କେତ ଟପିଯାଇଛି। ଜାମଶୋଳାଘାଟରେ ସୁବର୍ଣ୍ଣରେଖା ନଦୀର ଜଳସ୍ତର ୫୧.୪୪ ମିଟର ରହିଛି। ଏଠାରେ ବିପଦ ସଙ୍କେତ ସ୍ତର ୪୯.୧୬ ଥିବାବେଳେ ତା ଠାରୁ ୨ ମିଟର ଉପରେ ପାଣି ଚାଲିଛି। ରାଜଘାଟରେ ବିପଦ ସଙ୍କେତ ସ୍ତର ୧୦.୩୬ ମିଟର ଥିବାବେଳେ ୧୧.୧୬ ମିଟର ଜଳ ପ୍ରବାହିତ ହେଉଛି। ଧୀରେ ଧୀରେ ନଦୀ ଜଳସ୍ତର ବଢ଼ିଚାଲିଛି। ଏନଏଚ୍ -୫ଠାରେ ବୁଢ଼ାବଳଙ୍ଗ ନଦୀର ଜଳସ୍ତର ୭.୫୬ ମିଟର ରହିଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ONA Khabar