Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଅପରେସନ ସିନ୍ଦୂର ୨.୦ ପାଇଁ ପ୍ରସ୍ତୁତ: ସେନା ମୁଖ୍ୟ

ଅପରେସନ ସିନ୍ଦୂର ୨.୦ ପାଇଁ ପ୍ରସ୍ତୁତ: ସେନା ମୁଖ୍ୟ

ONA Khabar 1 week ago

ନୂଆଦିଲ୍ଲୀ: ଏବେ ବି ଜାରି ରହିଛି ଅପରେସନ ସିନ୍ଦୁର । ଆତଙ୍କବାଦୀଙ୍କ ବିରୋଧରେ ଏବେ ବି ଚଳାଇଛି ଭାରତୀୟ ସେନା । ଆଜି କିଛି ଏଭଳି ସୂଚନା ଦେଇଛନ୍ତି ସ୍ଥଳ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ । ପୁନେ ସ୍ଥିତ ନ୍ୟାସନାଲ ଡିଫେନ୍ସ ଏକାଡେମୀ ଗସ୍ତରେ ଯାଇ ନୂଆ କ୍ୟାଡରମାନଙ୍କ ସାହାସ ଓ ଦକ୍ଷତା ବଢାଇଛନ୍ତି ସେନା ମୁଖ୍ୟ ।

ଏହି ଅବସରରେ ଅପରେସନ ସିନ୍ଦୁରକୁ ନେଇ ବଡ ସୂଚନା ଦେଇଛନ୍ତି । ଅପରେସନ ସିନ୍ଦୁର ୨.୦ ହୁଏ ତିନି ସେନା ଏଥିପାଇଁ ପ୍ରସ୍ତୁତ । ଆଗାମୀ ଯୁଦ୍ଧ ପାଇଁ ସତର୍କ ରହିଛୁ । ଭାରତୀୟ ସେନାର ପ୍ରତିଟି ଯବାନ ଇଗଲ ଆଣ୍ଡ ଆର୍ମସ ଅର୍ଥାତ ସମସ୍ତେ ଡ୍ରୋନ ଚଳାଇବାରେ ସକ୍ଷମ ହେବେ । ଆର୍ମି ଟ୍ରେନିଂରେ ପ୍ରତିଟି ଯବାନଙ୍କୁ ୪ରୁ ୬ଟି ବଡ ଡ୍ରୋନ ଚଲାଇବା ନେଇ ଟ୍ରେନିଂ ଦିଆଯାଉଛି । ଯାହା ଯୁଦ୍ଧ ମୈଦାନରେ ସେମାନଙ୍କୁ ଖାଲି ସଶକ୍ତ ନୁହେଁ ଅତ୍ୟାଧୁନିକ ଯୁଦ୍ଧ ପାଇଁ ନୂଆ ସାହାସ ଦେବ ବୋଲି ସେ ଦୋହରାଇଛନ୍ତି ।ପାକିସ୍ତାନ ବିପକ୍ଷରେ ହୋଇଥିବା ଅପରେସନ ସିନ୍ଦୂରରେ ଡ୍ରୋନ ଏକ ବଡ ଭୂମିକା ନେଇଥିଲା ।ଭାରତର ଅତ୍ୟାଧୁନିକ ଡ୍ରୋନ ପାକିସ୍ତାନ ଭିତରେ ପଶି ସେମନାଙ୍କ ଆତଙ୍କୀ ଠିକଣାକୁ ଧ୍ୱଂସ କରିଥିଲା । ଏମିତିକି ତୁର୍କୀ ଓ ଚିନର ମହଙ୍ଗା ଓ ବଡ ବଡ ଡ୍ରୋନକୁ ମାଟି ଚଟାଇଥିଲା ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ONA Khabar