ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ୧୬ ନଂ ଜାତୀୟ ରାଜପଥ କାୟଥପଲ୍ଲା ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଦୁର୍ଘଟଣା ରେ ଜଣେ ମୃତ ଓ ୨ ଗୁରୁତର । ମୃତକ ଜଣକ ହେଉଛନ୍ତି ଗଣେଶ ବାରିକ । ଗଣେଶ ଟାଙ୍ଗୀ ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିଲେ । ସୂଚନା ଅନୁଯାୟୀ, ଗଣେଶ ଏକ ବାଇକରେ ନିଜ ବଡ ବୋଉଙ୍କୁ ଧରି ନାଚୁଣୀ ଅଭିମୁଖେ ଯାଉଥିବା ବେଳେ ପଛପଟୁ ଏକ ହାଇୱା ଟ୍ରକ ବାଇକୁ ଶକ୍ତଧକ୍କା ଦେଇଥିଲା ।